Latest Odisha News

BREAKING NEWS

ୱେଟର୍ ଚାକିରି ପାଇଁ ଲାଗିଛି ଲମ୍ବା ଲାଇନ୍, ଧାଡ଼ିରେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: କାନାଡାରେ ବେକାରୀ ସମସ୍ୟା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଲୋକଙ୍କୁ ରହିବା ପାଇଁ ଘର ମଧ୍ଯ ମିଳୁନାହିଁ। ଏଭଳି ସ୍ଥଳେ ଏକ ଭାଇରାଲ ଭିଡିଓକୁ ନେଇ ଚିନ୍ତା ବଢିବାରେ ଲାଗିଛି।

କାନାଡାର ବ୍ରମ୍ପଟନରେ ୱେଟର ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା। ୱେଟର ହେବାକୁ ହଜାର ହଜାର ଛାତ୍ରଛାତ୍ରୀ ଇଣ୍ଟରଭ୍ୟୁ ଦେବା ପାଇଁ ଆସି ପହଞ୍ଚିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ରମଣଦୀପ ସିଂ ମାନ ନାମକ ଜଣେ ବ୍ୟକ୍ତି ଏଭଳି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ବ୍ରମ୍ପଟନର ଏକ ରେଷ୍ଟୁରାଣ୍ଟ କିଛି ୱେଟର ଚାକିରି ପାଇଁ ବିଜ୍ଞାପନ ଦେଇଥିଲା। ଏହା ପରେ ପ୍ରାୟ ୩୦୦୦ ଛାତ୍ରଛାତ୍ରୀ ସାକ୍ଷାତକାର ପାଇଁ ଆସିଥିଲେ। ଚାକିରି ପାଇଁ ଆସିଥିବା ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାରତୀୟ।

ଅପରପକ୍ଷରେ ଭାରତରେ ମଧ୍ଯ ବେକାରୀ ସମସ୍ୟା ବଢୁଛି। ଏଭଳି ସ୍ଥଳେ ଯୁବପିଢିଙ୍କୁ ନିଯୁକ୍ତି ମିଳୁନଥିବାରୁ ସେମାନେ ବାହାର ଦେଶରେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.