ବ୍ରହ୍ମପୁର: ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଉପରେ ଗୁରୁତର ପ୍ରଭାବ ପଡ଼ିବା ଆରମ୍ଭ ହୋଇଗଲାଣି । କାରଣ କେବଳ ଯାତ୍ରୀବାହୀ ନୁହଁ, ବରଂ ମାଲ୍ ବାହୀ ଗାଡ଼ିଗୁଡ଼ିକ ମଧ୍ୟ ରାସ୍ତାରେ ଅଟକିଛି । ଶହେ କି ଦୁଇ ଶହ ନୁହଁ, ବରଂ ହଜାରେରୁ ଅଧିକ ଜାତୀୟ ରାଜପଥ ଉପରେ ଠିଆ ହୋଇଛି । ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।
୧୬ ନମ୍ବର ଜାତୀୟ ରାଜପଥର ଗଞ୍ଜାମ ଜିଲା ପ୍ରବେଶ ପରଠୁ ଗିରିସୋଲା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ରାଜପଥର ବ୍ରହ୍ମପୁର ସହର ଉପକଣ୍ଠ ବା ଲାଞ୍ଜିପଲ୍ଲୀ ପରଠୁ ଗିରିସୋଲା(ଓଡ଼ିଶାର ଶେଷ) ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଟ୍ରକ୍ ଅଟକି ରହିଛି । ଏସବୁ ଟ୍ରକଗୁଡ଼ିକରେ ପନିପରିବା, ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରହିଛି । କେବଳ ଖାଦ୍ୟ ପଦାର୍ଥ ନୁହଁ, ବରଂ ପେଟ୍ରୋଲ ଟ୍ୟାଙ୍କର ଏବଂ ଅନ୍ୟାନ୍ୟ ସାମଗ୍ରୀ ବହନ କରୁଥିବା ଟ୍ରକ୍ ମଧ୍ୟ ରହିଛି । ଆନ୍ଧ୍ରପ୍ରଦେଶ ପଟରୁ ଓଡ଼ିଶାକୁ ଆସୁଥିବା ଏବଂ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଆଡ଼କୁ ଯାଉଥିବା ଟ୍ରକ୍ ଗୁଡ଼ିକ ରାସ୍ତାରେ ଠିଆ ହୋଇଛି । ତେବେ ଧର୍ମଘଟ ଡାକରା ଦିଆଯାଇଥିଲେ ମଧ୍ୟ କୌଣସି ପ୍ରକାର ବିଶୃଙ୍ଖଳା କରାଯାଉ ନାହିଁ ବୋଲି ଆନ୍ଦୋଳନକାରୀ ଡ୍ରାଇଭରମାନେ ପ୍ରକାଶ କରିଛନ୍ତି । କେବଳ ଜାତୀୟ ରାଜପଥ ନୁହଁ, ଗଞ୍ଜାମ ଜିଲାର ବିଭିନ୍ନ ଆଭ୍ୟନ୍ତରିଣ ରାସ୍ତାରେ ମଧ୍ୟ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡଠାରେ ଶହ ଶହ ବସ୍ ଅଟକି ରହିଛି । ଜିଲାର କୌଣସି ସ୍ଥାନକୁ ବସ୍ ଚଳାଚଳ କରୁନାହିଁ ।
BREAKING NEWS
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
Comments are closed.