Latest Odisha News

BREAKING NEWS

ୱାର୍ନର ହେବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ, ଅକ୍ଷର ସମ୍ଭାଳିବେ ଉପ-ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ -୧୬ ସିଜିନ ପୂର୍ବରୁ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏକ ବଡ ନିଷ୍ପତ୍ତି ନେଇଛି । ଦିଲ୍ଲୀ ପକ୍ଷରୁ ଆଜି ନୂତନ ଅଧିନାୟକ ଓ ଉପ-ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି । ଋଷଭ ପନ୍ତ ଦୁର୍ଘଟଣାରେ ଆହତ ହେବା ପରେ ସେ ଆଇପିଏଲରୁ ବାଦ ପଡ଼ିଥିଲେ । ଆଉ ତାଙ୍କ ବଦଳରେ ଏଥର ଡେଭିଡ ୱାର୍ନର ଅଧିନାୟକ ହେବେ ବୋଲି ଦିଲ୍ଲୀ ଟିମ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଏଥି ସହ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ଉଲ୍ଲେଖ ଥାଉ କି ଏକ କାର ଦୁର୍ଘଟଣାରେ ପନ୍ତ ଆହତ ହୋଇଥିଲେ, ଯେଉଁଥିପାଇଁ ତାଙ୍କୁ କ୍ରିକେଟଠାରୁ ଦୂରରେ ରହିବାକୁ ପଡିଥିଲା । ଆଘାତ ଯୋଗୁଁ ପନ୍ତ ଏହି ସିଜିନର ଆଇପିଏଲରେ ଖେଳିବେ ନାହିଁ । ତେଣୁ ତାଙ୍କ ବଦଳରେ ୱାର୍ନରଙ୍କୁ ଅଧିନାୟକ ଦାୟିତ୍ୱ ଦେବାକୁ ଦଳର କୋଚ ରିକି ପଣ୍ଟିଂ ଏବଂ ଦଳ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପଟେ ୱାର୍ନରଙ୍କର ଆଇପିଏଲରେ ଅଧିନାୟକତ୍ୱ କରିବାର ଅଭିଜ୍ଞତା ରହିଛି। ସେ ୨୦୦୯ ଏବଂ ୨୦୧୩ ମଧ୍ୟରେ ଦିଲ୍ଲୀ ଡେୟାରଡେଭିଲ୍ସର ଅଧିନାୟକ ହୋଇଥିଲେ। ଏହା ପରେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ କିଣିଥିଲା। ଏବଂ ଗୋଟିଏ ବର୍ଷ ପରେ ତାଙ୍କୁ ଅଧିନାୟକ କରାଗଲା । ୱାର୍ନର ପୂର୍ବରୁ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ ଥିଲେ। ୨୦୧୬ ମସିହାରେ, ତାଙ୍କ ଅଧିନାୟକତ୍ୱରେ ହାଇଦ୍ରାବାଦ ଦଳ ମଧ୍ୟ ଆଇପିଏଲ୍ ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା । ତେବେ ଆଇପିଏଲ ଇତିହାସରେ, ଦିଲ୍ଲୀ କ୍ୟାପିଟାଲସ ଦଳ ଥରେ ବି ଆଇପିଏଲ ଟାଇଟଲ୍ ଜିତିବାରେ ସକ୍ଷମ ହୋଇନାହିଁ।

Leave A Reply

Your email address will not be published.