ବ୍ରହ୍ମପୁର: ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଉପରେ ଗୁରୁତର ପ୍ରଭାବ ପଡ଼ିବା ଆରମ୍ଭ ହୋଇଗଲାଣି । କାରଣ କେବଳ ଯାତ୍ରୀବାହୀ ନୁହଁ, ବରଂ ମାଲ୍ ବାହୀ ଗାଡ଼ିଗୁଡ଼ିକ ମଧ୍ୟ ରାସ୍ତାରେ ଅଟକିଛି । ଶହେ କି ଦୁଇ ଶହ ନୁହଁ, ବରଂ ହଜାରେରୁ ଅଧିକ ଜାତୀୟ ରାଜପଥ ଉପରେ ଠିଆ ହୋଇଛି । ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।
୧୬ ନମ୍ବର ଜାତୀୟ ରାଜପଥର ଗଞ୍ଜାମ ଜିଲା ପ୍ରବେଶ ପରଠୁ ଗିରିସୋଲା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ରାଜପଥର ବ୍ରହ୍ମପୁର ସହର ଉପକଣ୍ଠ ବା ଲାଞ୍ଜିପଲ୍ଲୀ ପରଠୁ ଗିରିସୋଲା(ଓଡ଼ିଶାର ଶେଷ) ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଟ୍ରକ୍ ଅଟକି ରହିଛି । ଏସବୁ ଟ୍ରକଗୁଡ଼ିକରେ ପନିପରିବା, ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରହିଛି । କେବଳ ଖାଦ୍ୟ ପଦାର୍ଥ ନୁହଁ, ବରଂ ପେଟ୍ରୋଲ ଟ୍ୟାଙ୍କର ଏବଂ ଅନ୍ୟାନ୍ୟ ସାମଗ୍ରୀ ବହନ କରୁଥିବା ଟ୍ରକ୍ ମଧ୍ୟ ରହିଛି । ଆନ୍ଧ୍ରପ୍ରଦେଶ ପଟରୁ ଓଡ଼ିଶାକୁ ଆସୁଥିବା ଏବଂ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଆଡ଼କୁ ଯାଉଥିବା ଟ୍ରକ୍ ଗୁଡ଼ିକ ରାସ୍ତାରେ ଠିଆ ହୋଇଛି । ତେବେ ଧର୍ମଘଟ ଡାକରା ଦିଆଯାଇଥିଲେ ମଧ୍ୟ କୌଣସି ପ୍ରକାର ବିଶୃଙ୍ଖଳା କରାଯାଉ ନାହିଁ ବୋଲି ଆନ୍ଦୋଳନକାରୀ ଡ୍ରାଇଭରମାନେ ପ୍ରକାଶ କରିଛନ୍ତି । କେବଳ ଜାତୀୟ ରାଜପଥ ନୁହଁ, ଗଞ୍ଜାମ ଜିଲାର ବିଭିନ୍ନ ଆଭ୍ୟନ୍ତରିଣ ରାସ୍ତାରେ ମଧ୍ୟ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡଠାରେ ଶହ ଶହ ବସ୍ ଅଟକି ରହିଛି । ଜିଲାର କୌଣସି ସ୍ଥାନକୁ ବସ୍ ଚଳାଚଳ କରୁନାହିଁ ।
BREAKING NEWS
- ACF Soumya Ranjan death case:ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
- ହୁତୁହୁତୁ ହୋଇ ଜଳିଲା ବାଇକ୍ ଶୋ’ରୁମ୍
- SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…

Comments are closed.