ବ୍ରହ୍ମପୁର: ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଉପରେ ଗୁରୁତର ପ୍ରଭାବ ପଡ଼ିବା ଆରମ୍ଭ ହୋଇଗଲାଣି । କାରଣ କେବଳ ଯାତ୍ରୀବାହୀ ନୁହଁ, ବରଂ ମାଲ୍ ବାହୀ ଗାଡ଼ିଗୁଡ଼ିକ ମଧ୍ୟ ରାସ୍ତାରେ ଅଟକିଛି । ଶହେ କି ଦୁଇ ଶହ ନୁହଁ, ବରଂ ହଜାରେରୁ ଅଧିକ ଜାତୀୟ ରାଜପଥ ଉପରେ ଠିଆ ହୋଇଛି । ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।
୧୬ ନମ୍ବର ଜାତୀୟ ରାଜପଥର ଗଞ୍ଜାମ ଜିଲା ପ୍ରବେଶ ପରଠୁ ଗିରିସୋଲା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ରାଜପଥର ବ୍ରହ୍ମପୁର ସହର ଉପକଣ୍ଠ ବା ଲାଞ୍ଜିପଲ୍ଲୀ ପରଠୁ ଗିରିସୋଲା(ଓଡ଼ିଶାର ଶେଷ) ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଟ୍ରକ୍ ଅଟକି ରହିଛି । ଏସବୁ ଟ୍ରକଗୁଡ଼ିକରେ ପନିପରିବା, ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରହିଛି । କେବଳ ଖାଦ୍ୟ ପଦାର୍ଥ ନୁହଁ, ବରଂ ପେଟ୍ରୋଲ ଟ୍ୟାଙ୍କର ଏବଂ ଅନ୍ୟାନ୍ୟ ସାମଗ୍ରୀ ବହନ କରୁଥିବା ଟ୍ରକ୍ ମଧ୍ୟ ରହିଛି । ଆନ୍ଧ୍ରପ୍ରଦେଶ ପଟରୁ ଓଡ଼ିଶାକୁ ଆସୁଥିବା ଏବଂ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଆଡ଼କୁ ଯାଉଥିବା ଟ୍ରକ୍ ଗୁଡ଼ିକ ରାସ୍ତାରେ ଠିଆ ହୋଇଛି । ତେବେ ଧର୍ମଘଟ ଡାକରା ଦିଆଯାଇଥିଲେ ମଧ୍ୟ କୌଣସି ପ୍ରକାର ବିଶୃଙ୍ଖଳା କରାଯାଉ ନାହିଁ ବୋଲି ଆନ୍ଦୋଳନକାରୀ ଡ୍ରାଇଭରମାନେ ପ୍ରକାଶ କରିଛନ୍ତି । କେବଳ ଜାତୀୟ ରାଜପଥ ନୁହଁ, ଗଞ୍ଜାମ ଜିଲାର ବିଭିନ୍ନ ଆଭ୍ୟନ୍ତରିଣ ରାସ୍ତାରେ ମଧ୍ୟ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡଠାରେ ଶହ ଶହ ବସ୍ ଅଟକି ରହିଛି । ଜିଲାର କୌଣସି ସ୍ଥାନକୁ ବସ୍ ଚଳାଚଳ କରୁନାହିଁ ।
BREAKING NEWS
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ
- Trump slams Emmanuel Macron: ‘ଖୁବ୍ଶୀଘ୍ର ମୁସଲିମ୍ ସହର ହୋଇଯିବ ପ୍ୟାରିସ୍!’ ଫ୍ରାନ୍ସର ଅଶାନ୍ତିକୁ ନେଇ ମାକ୍ରୋନ୍ଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ୍, ସୀମା ବନ୍ଦ କରିବାକୁ ପରାମର୍ଶ
- Naveen or Mohan?: ନବୀନ ନା ମୋହନ-କିଏ ଓଡ଼ିଶାର ବେଶୀ ପ୍ରିୟ? ଛାତ୍ର ନିର୍ବାଚନ ଫଳାଫଳ ଦେଲା ନୂଆ ରାଜନୈତିକ ସଙ୍କେତ!
- Low-Pressure System: ଅକ୍ଟୋବର ଶେଷରେ ପୁଣି ବାତ୍ୟା ଭୟ? ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ସିଷ୍ଟମ୍! ୨୫ ପରେ ଆଉ ଏକ ଲଘୁଚାପ!

Comments are closed.