Latest Odisha News

ମଣିପୁରରେ ପୁଣି ଗଣଦୁଷ୍କର୍ମ ଅଭିଯାଗ: ରାଜରାସ୍ତାରେ ହଜାର ହଜାର ମହିଳାଙ୍କ ବିକ୍ଷୋଭ

ଇମ୍ପାଲ: ବିଗତ ୩ ମାସ ହେଲା ମଣିପୁରରେ ହିଂସା ଥମୁନଥିବା ବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି  । ଚୁରାଚାନ୍ଦପୁର ଜିଲ୍ଲାରେ ଜଣେ ୩୭ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି  । ଯାହାର ପ୍ରତିବାଦରେ ମଣିପୁରର ପ୍ରାୟ ୫ଟି ଜିଲ୍ଲାରେ ଶହ ଶହ ମହିଳା ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୈତେଇ ସମ୍ପ୍ରଦାୟର ମୀରା ପୈବିସଙ୍କ ନେତୃତ୍ବରେ ଏହି ଆନ୍ଦୋଳନ କରାଯାଉଛି  ।

ବିଶେଷ କରି ପୂର୍ବ ଇମ୍ପାଲ, ପଶ୍ଚିମ ଇମ୍ପାଲ, ଥୌବଲ, ବିଷ୍ଣୁପୁର ଓ କାକଚିଙ୍ଗ ଜିଲ୍ଲାରେ ଶହ ଶହ ମହିଳା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ପୀଡିତାଙ୍କ ଏତଲା ମୂତାବକ ହିଂସାକାରୀ ଅଗଷ୍ଟ ୯ ତାରିଖରେ ତାଙ୍କ ଘର ଜାଳିଦେଇଥିଲା । ସେ ଏହାକୁ ପ୍ରତିବାଦ କରିଥିଲେ । ଯାହାକୁ ନେଇ କିଛି ବ୍ୟକ୍ତି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ ।

ମୀରାଙ୍କ କହିବା ମୂତାବକ ଏହି ଗଣଦୁଷ୍କର୍ମ ଘଟଣାଟି ମେ ୩ ତାରିଖରେ ଘଟିଥିଲା  । ହେଲେ ଲୋକ ଲଜ୍ଜା ଭୟରେ ପୀଡିତା ଜଣକ ଅଭିଯୋଗ କରିନଥିଲେ । ମିଆମାରର ସଶସ୍ତ୍ର ଆତଙ୍କବାଦୀମାନେ ମଣିପୁରର ଉଭୟ ପୁରୁଷ ଓ ମହିଳା ମାନଙ୍କୁ ଅକଥନୀୟ ଅତ୍ୟାଚାର କରୁଥିବା ସେ ଅଭିଯୋଗ ଆଣିଛନ୍ତି । ତେବେ ମେ ୩ ତାରିଖରୁ ମଣିପୁରରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ରହିଛି । ଏଥିରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଲୋକଙ୍କର ଜୀବନ ଗଲାଣି  ।

 

Leave A Reply

Your email address will not be published.