Latest Odisha News

BREAKING NEWS

ବିଜେପି ନେତାଙ୍କ ଆକ୍ରମଣ: ପ୍ରତିବାଦରେ କାର୍ଯ୍ୟରତ ସାମ୍ବାଦିକ ପିନ୍ଧିଲେ ହେଲମେଟ୍

ରାୟପୁର: ଛତିଶଗଡ଼ ରାଜଧାନୀ ରାୟପୁରରେ ବିଜେପି ନେତା ରାଜୀବ ଅଗ୍ରୱାଲଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନେ ହେଲମେଟ ପିନ୍ଧିବା ଏବେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି । ସୁମନ ପାଣ୍ଡେ ନାମକ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗରେ ବିଜେପି ନେତା ରାଜୀବ ଅଗ୍ରୱାଲ ଶନିବାର ଦିନ ଗିରଫ ହୋଇଛନ୍ତି ।

ଏସମ୍ପର୍କରେ ରାୟପୁର ପ୍ରେସକ୍ଲବ ସଭାପତି ଦାମୁ ଆମେଦରେ ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ଦିନ କହିଛନ୍ତି, ଯେତେବେଳେ ସାମ୍ବାଦିକମାନେ ବିଜେପି ନେତାମାନଙ୍କର ସାକ୍ଷାତ ନେଉଛନ୍ତି ସେତେବେଳେ ସେମାନେ ହେଲମେଟ୍ ପିନ୍ଧି ଏହି ଘଟଣାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ଏହି ଘଟଣା ଘଟିବା ପରେ ବିଶେଷକରି ମହିଳା ସାମ୍ବାଦିକମାନେ ବିଭିନ୍ନ ସଭା-ସମିତି, ଉତ୍ସବସ୍ଥଳ, ସାମ୍ବାଦିକ ସମ୍ମିଳନୀ, ପ୍ରେସମିଟ ବା ବିଭିନ୍ନ ବାଇଟ୍ ନେବା ସମୟରେ ଅଧିକମାତ୍ରାରେ ହେଲମେଟ ପିନ୍ଧୁଥିବାର ଲକ୍ଷ୍ୟ କରାଯାଇଛି ।

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାପରେ ନେତା ଜଣକ କ୍ଷମା ମାଗିଥିବା ହେତୁ ଏବେ ସାମ୍ବାଦିକମାନେ ଏହି ଘଟଣାକୁ ଅଧିକ ରୂପ ଦେଉଛନ୍ତି ବୋଲି ରାଜ୍ୟ ବିଜେପି ୟୁନିଟ ଅଭିଯୋଗ କରି କହିଛି ।

ଏପରିକି ଗୁରୁବାର ଦିନ ମଧ୍ୟ ସାମ୍ବାଦିକମାନେ କାର୍ଯ୍ୟ ଆରମ୍ଭରୁ ହିଁ ହେଲମେଟ ପିନ୍ଧିବାର ଲକ୍ଷ୍ୟ କରାଯାଇଛି ।

Leave A Reply

Your email address will not be published.