Latest Odisha News

BREAKING NEWS

ଅଧିକାଂଶ ନୂଆ ଭୋଟର୍ ଚାହୁଁଛନ୍ତି ମହିଳା ସୁରକ୍ଷା ଓ କର୍ମ ନିଯୁକ୍ତି

ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନରେ ପ୍ରାୟ ୧୩ କୋଟି ନୂଆ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବାକୁ ଯାଉଛନ୍ତି । କ୍ଷମତା ପରିବର୍ତ୍ତନ ହେଉ କି କ୍ଷମତାରେ ଯେକୌଣସି ଦଳକୁ ପୁନର୍ବାର ସ୍ଥାପିତ କରିବାକୁ ଏହି ସଂଖ୍ୟା ଯଥେଷ୍ଟ ଅଧିକ ।

ଭୋଟଦାନ ପୂର୍ବରୁ ଏହି ନବାଗତ ଯୁବ ଭୋଟରମାନଙ୍କ ପ୍ରତିକ୍ରିୟା ସଂଗ୍ରହ କରିବା ସହିତ ‘ୟୁଗୋଭ ଇଣ୍ଡିଆ’ ଓ ‘ଫାଷ୍ଟପୋଷ୍ଟ’ ପକ୍ଷରୁ ଜାତୀୟସ୍ତରରେ ୧୮ରୁ ୨୧ ବର୍ଷୀୟ ନବାଗତ ଯୁବା ଭୋଟରଙ୍କ ମଧ୍ୟରେ ଜାନୁଆରୀ ୩ ରୁ ୯ ତାରିଖ ମଧ୍ୟରେ ଏକ ସର୍ଭେ କରାଯାଇଥିଲା ।

ଏହି ସର୍ଭେ ଅନୁଯାୟୀ, ୫୫ ପ୍ରତିଶତ ନୂଆ ଭୋଟର ଲୋକସଭା ନିର୍ବାଚନ ଲାଗି ନିଜର ମତଦାନ ସାବ୍ୟସ୍ତ କରିବେ । ତେବେ ୧୪ ପ୍ରତିଶତଙ୍କ ନାମ ଦରଜ ହୋଇନାହିଁ ।

କେଉଁ ମତ ପୋଷଣ କରିବାକୁ ସେମାନେ ପସନ୍ଦ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ସେମାନେ ସ୍ୱାଧୀନମତ ସାବ୍ୟସ୍ତ କରିବାକୁ ପସନ୍ଦ କରିବେ ବୋଲି କହିଛନ୍ତି । ରାଜନୈତିକ ଦଳ ଗୁଡ଼ିକର ଆଦର୍ଶ ତଥା ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ଦେଖି ସେମାନେ ନିଜର ପସନ୍ଦ ମୁତାବକ ମତ ସାବ୍ୟସ୍ତ କରିବେ ବୋଲି ଅଧିକାଂଶ ନୂଆ ଭୋଟର ଏହି ସର୍ଭେ ମାଧ୍ୟମରେ ଜଣାଇଛନ୍ତି ।

କେଉଁ ସମସ୍ୟା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ପଚରାଯିବାରୁ ଯୁବାବର୍ଗ କହିଛନ୍ତି, ମହିଳା ମାନଙ୍କର ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ତଥା ଦୁର୍ନୀତିର ମୂଳୋତ୍ପାଟନ ସାଙ୍ଗକୁ କର୍ମ ନିଯୁକ୍ତିକୁ ଗୁରୁତ୍ୱ ଦେବାକୁ ଏହି ସର୍ଭେ ଦ୍ୱାରା ସେମାନେ ମତ ପୋଷଣ କରିଛନ୍ତି ।

ନୂଆ ସରକାରଠାରୁ ନୂଆ ଭୋଟରମାନେ କର୍ମ ନିଯୁକ୍ତିକୁ ଅତ୍ୟାବଶ୍ୟକ ଭାବେ ତାଲିକାର ସର୍ବାଗ୍ରେ ରଖିଛନ୍ତି । ଏହା ପଛକୁ ମହିଳା ସୁରକ୍ଷା ଏବଂ ଉତ୍ତମ ଶିକ୍ଷା କୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି ଯୁବାବର୍ଗ ।

– କର୍ମ ନିଯୁକ୍ତି – ୭୨ %
– ଉତ୍ତମ ଶିକ୍ଷା ପଦ୍ଧତି – ୭୧ %
– ମହିଳା ସୁରକ୍ଷା – ୭୦ %
– ଦୁର୍ନୀତି ମୂଳୋତ୍ପାଟନ – ୬୮ %
– ସ୍ୱଚ୍ଛ ଓ ନିର୍ମଳ ସରକାର – ୬୭ %
– ସାମ୍ପ୍ରଦାୟିକ ହିଂସାର ବିଲୋପ – ୬୧ %
– ଗ୍ରାମୀଣ ବିକାଶ – ୫୯ %
– ବାକ୍ ସ୍ୱାଧୀନତା – ୫୫ %
– ମିଥ୍ୟା ପ୍ରତିଶୃତି ବନ୍ଦ – ୫୩ %
– ଯୌନ ସମ୍ବନ୍ଧରେ ସ୍ୱାଧିନତା – ୫୦ %

Leave A Reply

Your email address will not be published.