ନୂଆଦିଲ୍ଲୀ: ବିମାନବନ୍ଦର, ସ୍କୁଲ ଓ ହସ୍ପିଟାଲ ପରେ ଏବେ ଦିଲ୍ଲୀର ତିହାର ଜେଲକୁ ବୋମାରେ ଉଡାଇଦାବାକୁ ଧମକ ମିଳିଛି । ବୋମା ଧମକ ପରେ ଜେଲ୍ ର ସୁରକ୍ଷା ବ୍ୟବସ୍ଥା କୁ ଆହୁରି କଡାକଡି କରିଦିଆଯାଇଛି । ଘଟଣାସ୍ଥଳରେ ପହଞ୍ଚିବା ପୋଲିସ ଏବଂ ଡଗ୍ ସ୍କ୍ବାର୍ଡ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଯୋରଦାର ହୋଇଛି । ଆଜି ସକାଳେ ବୋମା ସମ୍ବନ୍ଧୀୟ ମେଲ ଆସିଥିବା ଚାରିଟି ଡାକ୍ତରଖାନାର ଯାଞ୍ଚରେ ଏପର୍ଯ୍ୟନ୍ତ କିଛି ମିଳିନାହିଁ ।
ତିହାର ଜେଲ୍ ର ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀର ତିହାର ଜେଲକୁ ମଙ୍ଗଳବାର ଦିନ ବୋମା ରେ ଉଡାଇଦେବାକୁ ଧମକପୂର୍ଣ୍ଣ ଇ-ମେଲ ଆସିଛି । ସେହିଭଳି ସହରର ସ୍କୁଲ, ଡାକ୍ତରଖାନା ଏବଂ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରକୁ ମଧ୍ୟ ଏହି ଧମକ ପଠାଯାଇଥିଲା । ଏହି ମେଲ୍ ସମ୍ପର୍କରେ ଜେଲ ପ୍ରଶାସନ ଦିଲ୍ଲୀ ପୋଲିସକୁ ଜଣାଇଦିଆଯାଇଛି । ପ୍ରମୁଖ ରାଜନେତାଙ୍କ ସମେତ ଅନେକ ହାଇପ୍ରୋଫାଇଲ କଏଦୀ ରହୁଥିବା ଜେଲ ଭିତରେ ତଲାସି ଅଭିଯାନ ଜାରି ରହିଛି ।
ତେବେ ଦିଲ୍ଲୀର ତିହାର ଜେଲକୁ courtisgod123@beeble.com ନାମକ ଇ-ମେଲ୍ ଆଇଡିରୁ ବୋମା ଧମକ ମିଳିଛି । ଇ-ମେଲ୍ ପଠାଇଥିବା ବ୍ୟକ୍ତି ନିଜ ଆଇଡିର ନାମ କୋର୍ଟ ଗ୍ରୁପ୍ ରଖିଛନ୍ତି । ଘଟଣାରେ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।
Comments are closed.