Latest Odisha News

BREAKING NEWS

ପାର୍ଲାମେଣ୍ଟ ସହ ରାଜଧାନୀର ୯ଟି ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ପାର୍ଲାମେଣ୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ଆସନ୍ତା ୧୩ ତାରିଖରେ ବୋମାରେ ଉଡ଼ାଇବାକୁ ଧମକ । ଦିନ ୧ଟା ୧୧ ମିନିଟରେ ବିସ୍ଫୋରଣ କରିବାକୁ ଧମକ । ଦିଲ୍ଲୀର ବିଭିନ୍ନ ସ୍କୁଲକୁ କି ମିଳିଛି ବୋମାରେ ଉଡ଼ାଇବାକୁ ଧମକ । ସଂସଦ ଭବନ ସହ ଆଉ ୯ଟି ସ୍କୁଲକୁ ବି ଆସିଛି ବୋମା ଧମକ।

ଖଲିସ୍ତାନ ନାଁରେ ମେଲ୍‌ରେ ଆସିଛି ବୋମା ଧମକ। ଦିଲ୍ଲୀକୁ ଖଲିସ୍ତାନ କରିବାକୁ ମେଲ୍‌ରେ ଉଲ୍ଲେଖ ରହିଛି। ବୋମା ଧମକ ପରେ ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି। ଦିଲ୍ଲୀ ପୋଲିସ, ଅଗ୍ନିଶମ ଟିମ୍, ବମ୍ ସ୍କ୍ବାଡ୍‌ର ତନ୍ନତନ୍ନ ଯାଞ୍ଚ ଆରମ୍ଭ ହୋଇଛି। ସୋମବାର ସକାଳେ ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳିଯାଇଛି।

ସ୍କୁଲ ପ୍ରଶାସନ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ସଜାଗ ହୋଇଯାଇଛନ୍ତି। ଧମକ ପାଇବା ପରେ, ସମ୍ପୃକ୍ତ ସ୍କୁଲଗୁଡ଼ିକ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ, ଅଗ୍ନିଶମ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍କୁଲ ପରିସରରେ ପୁଙ୍ଖାନୁପୁଙ୍ଖ ତଲାସୀ ଆରମ୍ଭ କରିଥିଲେ । ଧମକକୁ ଗମ୍ଭୀରତାର ସହ ନେଇ ଅନେକ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହରୁ ବାହାର କରି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। କିଛି ସ୍କୁଲ ଛୁଟି ଘୋଷଣା କରିଥିଲେ। ଏନେଇ ଅଭିଭାବକମାନଙ୍କୁ ମଧ୍ୟ ତୁରନ୍ତ ସୂଚନା ଦିଆଯାଇଥିଲା। ପ୍ରାଥମିକ ତଦନ୍ତରୁ ଏପର୍ଯ୍ୟନ୍ତ କୌଣସି ସ୍କୁଲ ପରିସରରେ ସନ୍ଦିଗ୍ଧ ବସ୍ତୁ କିମ୍ବା ବିସ୍ଫୋରକ ପଦାର୍ଥ ମିଳିନାହିଁ।

ତଥାପି, ପୁଲିସ ଏହି ଫୋନ୍‌କୁ ହାଲୁକା ଭାବରେ ନେଉନାହିଁ। ଏହାକୁ ଏକ ମିଥ୍ୟା ଖବର ବୋଲି ଧରି ନେଉଛି ଓ ପ୍ରତ୍ୟେକ ଦିଗକୁ ତଦନ୍ତ କରୁଛି। ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ଧମକପୂର୍ଣ୍ଣ କଲ୍‌ର ଉତ୍ସ ଓ କଲ୍ କରିଥିବା ବ୍ୟକ୍ତିଙ୍କ ସ୍ଥାନ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ସାଇବର ୟୁନିଟ୍ ତଥା ବୈଷୟିକ ଦଳ ମଧ୍ୟ ତଦନ୍ତରେ ସାମିଲ ହୋଇଛନ୍ତି।

Comments are closed.