Latest Odisha News

BREAKING NEWS

ଜଳେଶପଟା କନ୍ୟାଶ୍ରମ ପରିଚାଳକଙ୍କୁ ହତ୍ୟା ଧମକ

ଫୁଲବାଣୀ : ଫୁଲବାଣୀ ଜଳେଶପଟା କନ୍ୟାଶ୍ରମ ପରିଚାଳକଙ୍କୁ ଦିଆଯାଇଛି ହତ୍ୟା ଧମକ । ଆସନ୍ତା ଚାରି ଦିନ ମଧ୍ୟରେ ପରିଚାଳକଙ୍କୁ ହତ୍ୟା ସହ ଜଳେଶପଟା ଆଶ୍ରମକୁ ଉଡାଇ ଦେବାକୁ ଦିଆଯାଇଛି ଧମକ । ଅଜଣା ଫୋନ ନମ୍ବରରୁ ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କ ପାଖକୁ ଏହି ଧମକପୂର୍ଣ୍ଣ କଲ ଆସିଛି । ଏନେଇ ସ୍ୱାମୀଜୀ ତୁମୁଡ଼ିବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆଶ୍ରମ ପାଖରେ ପୋଲିସଙ୍କୁ ମୁତୟନ କରାଯାଇଛି । ୨୦୦୮ରେ କନ୍ୟାଶ୍ରମ ପ୍ରତିଷ୍ଠାତା ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ପାଖକୁ ମଧ୍ୟ ଅନୁରୂପ ଭାବେ ହତ୍ୟା ଧମକ ଆସିଥିଲା ।

Leave A Reply

Your email address will not be published.