Latest Odisha News

BREAKING NEWS

ବିମାନ ଚୋରି କରି ୱାଲମାର୍ଟ ଷ୍ଟୋରକୁ ଉଡାଇବାକୁ ଧମକ ଦେଲା ପାଇଲଟ

ଟୁପେଲୋ: ଆମେରିକାର ଟୁପେଲୋରେ ଏବେ ଏକ ପାଇଲଟ ଯୋଗୁ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ରିପୋର୍ଟ ମୁତାବକ ମିିସିସିପି ରାଜ୍ୟରେ ଜଣେ ପାଇଲଟ ବିମାନ ଚୋରି କରିବା ପରେ ଏହାକୁ ଉଡାଇ ଧମକ ଦେବା ଆରମ୍ଭ କରିଛି । ନିକଟରେ ଥିବା ୱାଲମାର୍ଟ ଷ୍ଟୋରକୁ ଖୁବ ଶୀଘ୍ର ବିସ୍ଫୋରଣରେ ଉଡେଇ ଦେବି ବୋଲି ସେ ଧମକ ଦେଇଛି । ପୋଲିସ ୱାଲମାର୍ଟ ଏବଂ ଏହାର ଆଖପାଖ ଅଂଚଳକୁ ସତର୍କତାର ଦୃଷ୍ଟିକୋଣରୁ ଖାଲି କରିଛି । ବିମାନଟି ୩ ଘଂଟା ହେବା ସହର ଉପରେ ପଇଁତରା ମାରୁଛି । ଯାହାକୁ ନେଇ ସେ ଅଂଚଳରେ ରହୁଥିବା ବ୍ୟକ୍ତିମାନେ ଭୟଭୀତ ହୋଇ ପଡିଛନ୍ତି । ପୋଲିସ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରଖିଛି । ୱିଚକ୍ରାଫ୍ଟ କିଙ୍ଗ ଏୟାର-୯୦ ଏକ ଡବଲ ଇଂଜିନ ଏବଂ ୯ସିଟର ବିମାନ ଅଟେ ।

ପୋଲିସ ପାଇଲଟ ସହ ସିଧାସଳଖ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନାହିଁ । ପ୍ରାରମ୍ଭିକ ତଦନ୍ତରେ ଏହି ୨୯ ବର୍ଷୀୟ ପାଇଲଟ ୱାଲମାର୍ଟର ଏକ କର୍ମଚାରୀ ବୋଲି ଜଣାପଡିଛି । ତେବେ ସେ କାହିଁକି ଏ ଭଳି ପଦକ୍ଷେପ ଗ୍ରହଣ କଲେ ଏବଂ ଏହାର ପ୍ରକୃତ ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ହୋଇପାରି ନାହିଁ । ୱେଷ୍ଟ ମେନ ଅଂଚଳରେ ଲୋକଙ୍କ ଯିବା ଆସିବା ବନ୍ଦ କରାଯାଇଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Comments are closed.