Latest Odisha News

BREAKING NEWS

Rairangpur Accident: ୩ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ଯାତ୍ରୀବାହୀ ବସ୍

ମୟୂରଭଞ୍ଜ:ବସ୍ ଧକ୍କାରେ ଚାଲିଗଲା ଜୀବନ । ଯାତ୍ରୀବାହୀ ବସ୍‌ରେ ପିଟିହୋଇ ତଳେ ପଶିଗଲା ବାଇକ୍ । ଘଟଣାସ୍ଥଳରେ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ । ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ର ରାଣୀବନ୍ଧ ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ସୂଚନାଥାଉକି, ଆଜି ଅପରାହ୍ନ ୩ଟା ସମୟରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ରାଣୀବନ୍ଧଠାରେ ୨୨୦ନମ୍ବର ଜାତୀୟ ରାଜପଥ ଉପରେ ଭାରସାମ୍ୟ ହରାଇ ଏକ ବାଇକରେ ବସିଥିବା ତିନି ଜଣ ଯୁବକ ଏକ ଘରୋଇ ବସକୁ ମୁହାଁମୁହିଁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଜୀବନ ଚାଲିଯାଇଛି । ସମସ୍ତ ଯୁବକ ଉକ୍ତ ବାଇକରେ ଯଶିପୁର ଆଡୁ ରାଇରଙ୍ଗପୁର ଆସୁଥିବାବେଳେ ରାଇରଙ୍ଗପୁର ବସଷ୍ଟାଣ୍ଡରୁ କେନ୍ଦୁଝର ଅଭିମୁଖେ ବାହାରିଥିବା ବସ ସହିତ ଧକ୍କା ହୋଇଥିଲା।ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ତିନି ଯୁବକଙ୍କ ମୃତ୍ୟୁ ହୋଇଥିଲା ।

ବାଇକ ଆରୋହୀ ଯୁବକମାନଙ୍କୁ ପ୍ରାୟ ବସଟି ଏକ ଶହ ମିଟର ଯାଏ ଘୋଷାଡି ନେଇଥିବାବେଳେ ଜଣେ ବସରେ ଲାଗି ରହିଥିଲା। ଚାପି ହୋଇ ରହି ଯାଇଥିବା ମୃତ ଶରୀରକୁ ଉଦ୍ଧାର କରାଯାଇ ମେଡିକାଲ ଅଣାଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ବିକାଶ ବେହେରା ଓ ତାଙ୍କ ଘର ବଡଡାଳିମା ବୋଲି ଜଣାପଡିଥିବା ବେଳେ ଅନ୍ୟ ଦୁଇ ମୃତକ ଝାଡ଼ଖଣ୍ଡର ବୋଲି ଜଣାପଡିଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ରାଇରଙ୍ଗପୁର ଏଏସପି, ରାଇରଙ୍ଗପୁର ଏସଡିପିଓ, ବିଡ଼ିଓ, ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରିଥିଲା । ଏଥିସହ ସରକାରୀ ଗାଇଡ ଲାଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ଏହାପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

Leave A Reply

Your email address will not be published.