Latest Odisha News

ସ୍କୁଲ ଭିତରେ ଫାୟାରିଂ; ୩ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ

ୱାଶିଂଟନ: ଆମେରିକାରେ ପୁଣି ଗୁଳିକାଣ୍ଡ । ଗୁଳିକାଣ୍ଡରେ ୩ ଜଣ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପରି ହୃଦୟଥରା ଘଟଣା ଘଟିଛି ଟେନେସୀ ରାଜ୍ୟର ନୈଶବିଲେ ସ୍ଥିତି ଏକ ମିଶନାରୀ ସ୍କୁଲ ଭିତରେ ।

ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ଗୁଳିକାଣ୍ଡ ଘଟାଇଛନ୍ତି ଜଣେ ୨୮ ବର୍ଷୀୟା ଯୁବତୀ । ପୋଲିସର ପାଲଟା ଆକ୍ରମଣରେ ଏହି ଆତଙ୍କୀ ମହିଳାଙ୍କର ମୃତ୍ୟୁ ଘଟିଛି । ଶିଶୁଙ୍କ ମୃତଦେହକୁ  ସ୍ଥାନୀୟ ୱେଣ୍ଡରବିଲ୍ଟର କୈରେଲ ଚିଲଡ୍ରେନ ହସପିଟାଲକୁ ପଠାଇ ଦିଆଯାଇଛି ।

ଡାକ୍ତରଙ୍କ କହିବା ଅନୁଯାୟୀ, ଡାକ୍ତରଖାନାରେ ୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଏହାବ୍ୟତୀତ ଅନ୍ୟ ୩ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏଠି କହିରଖିବୁ, ଉକ୍ତ ସ୍କୁଲରେ ୨୦୦ ପିଲା ପଢୁଥିଲେ । ଅଭିଯୁକ୍ତା ଆତାତାୟୀ ମୁଖ୍ୟ ପ୍ରବେଶ ପଥରେ ପ୍ରବେଶ ନ କରି କଡରେ ଥିବା ଏକ ଫାଟକ ଦେଇ ପ୍ରବେଶ କରିଥିଲେ । ତଳ ମହଲାରେ ଫାୟାରିଂ କରିବା ପରେ ୨ୟ ମହଲାକୁ ଯାଇଥିଲେ । ହେଲେ ସେତେବେଳକୁ ପୋଲିସ ପହଞ୍ଚି ସାରିଥିଲା । ତେବେ ଉଭୟପକ୍ଷ ଗୁଳି ବିନିମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣାରେ ରାଷ୍ଟ୍ରପତି ଜୋ ବାଇଡେନ ହତ୍ୟା ଘଟଣାରେ ବ୍ୟୃବହୃତ ଅସ୍ତ୍ରକୁ ବ୍ୟାନ କରିବା ପାଇଁ କଂଗ୍ରେସ ଡକାଇଛନ୍ତି । ବାଇଡେନଙ୍କ କହିବା ଅନୁଯାୟୀ, ବନ୍ଧୁକ ହିଂସାକୁ ରୋକିବା ପାଇଁ ଆମକୁ ଆହୁରି କଠୋର ପଦକ୍ଷେପ ନେବାକୁ ପଡିବ ।

ଏଠି ମନେ ପକେଇଦେବାକୁ ଚାହିଁବୁ, ଆମେରିକାରେ ଗୁଳିକାଣ୍ଡ ନୂଆ କଥା ନୁହେଁ । ଏହା ପୂର୍ବରୁ ଜଲାଇ ୧୮ ତାରିଖରେ ଇଣ୍ଡିଆନାର ଗ୍ରୀନବୁଡ ପାର୍କମଲରେ ଫାୟାରିଂ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ।

କାଲିଫର୍ଣ୍ଣିଆର ଦକ୍ଷିଣରେ ଏକ ହାଉସପାର୍ଟିରେ ଜୁଲାଇ ୧୧ ତାରିଖ ଗୁଳିକାଣ୍ଡ ହୋଇଥିଲା ।ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି ।

ଜୁଲାଇ ୪ ତାରିଖରେ ଚିକାଗୋର ଇଲିନାୟର ହଲିଉଡ ପାର୍କରେ ସ୍ୱତନ୍ତ୍ରତା ଦିବସ ପାଳନ ବେଳେ ଫାୟାରି ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାର ଠିକ ପରଦିନ ଅର୍ଥାତ ଜୁଲାଇ ୫ ତାରିଖରେ ଗୌରୀ ଇଲକାରେ ଫାୟାରିଂରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା ।

ସବୁଠାରୁ ଭୟଙ୍କର ଗୁଳିକାଣ୍ଡ ଘଟିଥିଲା ମେ’ ୧୫ ତାରିଖରେ । ଟେକସାସରେ ୧୮ ବର୍ଷର ଜଣେ ବାଳକ ସ୍କୁଲ ଭିତରେ ପଶି ଫାୟାରିଂ କରିଥିଲା  । ଏହି ଘଟଣାରେ  ୧୯ ଛାତ୍ରଙ୍କ ସମେତ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲା ।

Comments are closed.