ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଉପରମୁହାଁ ହୋଇଛି । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ପଶିଲା କରୋନା । ଜଣେ ଡ଼ାକ୍ତରଙ୍କ ସହ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଅନ୍ୟ ଦୁଇଜଣଙ୍କ ମଧ୍ୟରେ ଜଣେ ମ୍ୟାନେଜର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ । ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଥିବା ନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଭୁବନେଶ୍ୱରରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ୁଛି । ବିଏମସି ଅଞ୍ଚଳରେ କରୋନା ସଂଖ୍ୟା ବଢ଼ି ଚାଲିଥିବାରୁ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
Comments are closed.