କାମାକ୍ଷାନଗର(ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ କାମାକ୍ଷାନଗର ଏନଏସିରୁ ଅଛନ୍ତି କେବଳ ୧୯ ଜଣ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ତିନି ଦିନ ସଟଡାଉନ୍ ରହିବ କାମାକ୍ଷାନଗର ଅଞ୍ଚଳ । ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ।
କଣ୍ଟାକ୍ଟ ଟ୍ରେସିଂରୁ ଜଣା ପଡ଼ିଛି ୧୯ ଜଣ ନୂଆ ଆକ୍ରାନ୍ତ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ବିଭିନ୍ନ ଅଫିସ ବି ଯାଇଛନ୍ତି ସେମାନେ । ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି କାମାକ୍ଷାନଗର ଏନଏସିରେ କାଲିଠୁ ୧୨ ତାରିଖ ଯାଏଁ ସଟଡାଉନ୍ କଟକଣା ଲାଗିବ ।
ଏହି ସମୟରେ କଣ୍ଟାକ୍ଟ ଟ୍ରେସିଂ, ଟ୍ରାକିଂ, ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ । ପଜିଟିଭ୍ ଚିହ୍ନଟ ଅଞ୍ଚଳର ଲୋକଙ୍କ ନମୁନା ସଂଗ୍ରହ କରାଯିବ । ଲୋକଙ୍କୁ ଘରୁ ନବାହାରିବା ପାଇଁ ନିବେଦନ କରିଛି ଜିଲ୍ଲା ପ୍ରଶାସନ ।
Collector, Dhenkanal ordered shutdown in Kamakhyanagar NAC from 10-08-2020 to 12-08-2020 to prevent the spread of Covid-19. pic.twitter.com/yKZQWCDUJK
— District Dhenkanal (@districtadmndkl) August 9, 2020
Comments are closed.