Latest Odisha News

BREAKING NEWS

ମାନିଲେ ରାପର ବାଦଶାହ, ୭୫ ଲକ୍ଷ ଦେଇ କିଣିଥିଲେ ମିଥ୍ୟା ଫଲୋଅର

ମୁମ୍ବାଇ: ଫଲୋଅର ପାଇଁ ପାଗଳ ସେଲିବ୍ରେଟି। ନିଜର ଏକ ଗୀତ ‘ପାଗଲ ହେ’ରେ ଗୋଟିଏ ଦିନରେ ୭.୫ କୋଟି ଭିୟରସିପ୍ ପାଇବା ପାଇଁ ସାଢେ ୭୫ ଲକ୍ଷ ଦେଇଥିବା କ୍ରାଇମବ୍ରାଞ୍ଚ ପାଖରେ ମାନିଛନ୍ତି ରାପର ବାଦଶାହା । ମାତ୍ର ଏହାକୁ ପ୍ରତ୍ୟାଖ୍ୟାନ କରିଛି ଗୁଗୁଲ। ନକଲି ଫଲୋଅର ଓ ଭିୟରସିପ୍ ପାଇଁ ଏକ ଏଜେନ୍ସିକୁ ୭୫ ଲକ୍ଷ ଟଙ୍କା ଦେଇଥିବା ବାଦଶାହ ପ୍ରକାଶ କରିଛନ୍ତି।

ଚାର୍ଟବାକ୍ସ ନାମକ ଏହି ଏଜେନ୍ସିର ବିରାଟ କୋହଲି, ପ୍ରିୟଙ୍କା ଚୋପ୍ରା ଏବଂ ବାଦଶାହଙ୍କ ପରି ଗ୍ରାହକ ଅଛନ୍ତି ।

ସୂଚନାନୁସାରେ, ବାଦଶାହା ଏହା ସ୍ୱୀକାର କରିବା ପରେ ତାଙ୍କ ପ୍ରୋଫାଇଲକୁ ହଟାଇ ଦିଆଯାଇଛି । ଚାର୍ଟ ବକ୍ସର ପାଖାପାଖି ୩୦ ହଜାରରୁ ଅଧିକ ଗ୍ରାହକ ଥିବା ସହ ମାସିକ ୯ କୋଟି ଟଙ୍କା ରୋଜଗାର କରୁଥିବା କହିଛନ୍ତି ଏହାର ସିଇଓ । ଏମାନଙ୍କ କମ୍ପାନୀ ସାଇଟରେ ତାଲିକାଭୁକ୍ତ ଅନେକ ସେଲିବ୍ରିଟି ପ୍ରୋଫାଇଲ୍ ନକଲି ବୋଲି କ୍ରାଇମ ବ୍ରାଞ୍ଚ ସୂତ୍ରରୁ ପ୍ରକାଶ।

କିଛି ମାସ ପୂର୍ବରୁ ମୁମ୍ବାଇ ପୋଲିସ ଏକ ସୋସିଆଲ ମିଡିଆରେ ନକଲି ଫଲୋଅର ରାକେଟକୁ ଠାବ କରିଥିଲା।

Leave A Reply

Your email address will not be published.