ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ଶକ୍ତିପୀଠ ବାଲିହରଚଣ୍ଡୀ ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇ ଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୀଡ଼ିତା ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି । ଗତ ଶନିବାର ସ୍ପେସଲ ସ୍କ୍ୱାର୍ଡ ସ୍ଥାନୀୟ ଚଣ୍ଡୀପୁଟ ଗ୍ରାମର ତିନିଜଣ ଯୁବକଙ୍କୁ ଉଠାଇ ନେଇ ଅଟକ ରଖିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି। ପୋଲିସ ତାକୁ ଧରିବାକୁ ଉଦ୍ୟମ ଚଳାଇଛି।
ସୂଚନାଥାଉକି,ଶନିବାର ବାଲିହରଚଣ୍ଡୀ ବୁଲିବାକୁ ଆସିଥିବା ବେଳେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ବାଲିହରଚଣ୍ଡୀ ଏକ ପର୍ଯ୍ୟଟନ ସ୍ଥଳୀ । ଏଠାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଥିବା ବେଳେ ନିକଟରେ ଥିବା ସମୁଦ୍ର ବେଳା ଭୂମିକୁ ବୁଲିବାକୁ ଯାଇଥାନ୍ତି ।
Comments are closed.