Latest Odisha News

BREAKING NEWS

କ୍ୱାରେଣ୍ଟାଇନରେ ଯାଜପୁର ମୁଖ୍ୟ ଚିକିତ୍ସାଳୟର ୩ ଡାକ୍ତର,୧୯ ନର୍ସ

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତିନିଜଣ ଡାକ୍ତର, ୧୯ ନର୍ସ ଏବଂ କିଛି ପାରାମେଡିକାଲ କର୍ମଚାରୀଙ୍କୁ କ୍ୟାରେଣ୍ଟାଇନରେ ରଖାଯାଇଛି । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଦେଇଥିବା ସୁଚନା ଅନୁଯାୟୀ, ଏହି ସମସ୍ତ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭି ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି।

ଯାଜପୁର ଜିଲାରେ ଗତକାଲି ଗୋଟିଏ ଦିନରେ ୫ ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚନ୍ତା ବଢ଼ିଯାଇଛି । ସମସ୍ତ ୫ ସଂକ୍ରମିତ ନିକଟରେ କଲିକତାରୁ ଆସିଥିଲେ ।

ସେମାନଙ୍କ ମଧ୍ୟରେ କେତେକ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ମଧ୍ୟ ହେଉଥିଲେ । ସେଥିପାଇଁ ସେହି ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ଙ୍କୁ କୋରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି ।

ଯାଜପୁର ମୁଖ୍ୟ ଡାକ୍ତରଖାନାର ୩ ଜଣ ଡାକ୍ତର ଏବଂ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି । ଯାଜପୁର ଜିଲାରୁ ବର୍ତମାନ ସୁଦ୍ଧା କେବଳ ୭୦୦ ଜଣ କଲିକତାରୁ ଆସିଥିବା ପଂଜିକରଣ କରାଯାଇଥିବା ବେଳେ ଏହାର ସଂଖ୍ୟା ଅଧିକ ହେବାର ଆଶା କରାଯାଉଛି ।

Leave A Reply

Your email address will not be published.