Latest Odisha News

BREAKING NEWS

ଉଚ୍ଚଶିକ୍ଷା, ଆଞ୍ଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ମେ ୩ ଯାଏଁ ରହିବ ବନ୍ଦ

ଭୁବନେଶ୍ୱର: ଓଡିଶାର ଉଚ୍ଚଶିକ୍ଷା, ଆଞ୍ଚଳିକ ନିର୍ଦ୍ଦେଶକ କାର୍ଯ୍ୟାଳୟ ଆସନ୍ତା ମେ ୩ ଯାଏଁ ବନ୍ଦ କରିବାକୁ ସାଧାରଣ ପ୍ରଶାସନ ବିଭାଗ ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛି।

ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ବର ଏବଂ ଜୟପୁରରେ ଥିବା ଉଚ୍ଚଶିକ୍ଷା, ଆଞ୍ଚଳିକ ନିର୍ଦ୍ଦେଶକ କାର୍ଯ୍ୟାଳୟ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

ସୂଚନାଯୋଗ୍ୟ, ଏପ୍ରିଲ ୨୧ରୁ ଉଚ୍ଚଶିକ୍ଷା, କମିଶନର-କମ-ସେକ୍ରେଟାରୀ, ଶାସ୍ୱତ ମିଶ୍ର ସୋମବାର ଦିନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.