Latest Odisha News

BREAKING NEWS

ବିଦ୍ୟୁତ୍‌ ନେଲା ୩ ହାତୀଙ୍କ ଜୀବନ!

ରେଢ଼ାଖୋଲ: ଜଙ୍ଗଲରୁ ୩ଟି ହାତୀର ମୃତଦେହ ଉଦ୍ଧାର ହୋଇଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଂଜ ବୁରମାଲ ଜଙ୍ଗଲରୁ ଆଜି ସକାଳେ ୩ଟି ହାତୀର ମୃତଦେହ ଉଦ୍ଧାର ହୋଇଛି। ୨ଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି। ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି।

ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା। ଦୁର୍ଭାଗ୍ୟ ବଃଶତ ସେହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩ ହାତୀଙ୍କ ଜୀବନ। ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

କିଛି ଦିନ ହେବ ନାକଟିଦେଉଳ ରେଂଜରେ ହାତୀ ପଲ ଚଳପ୍ରଚଳ କରୁଥିଲେ। ଗତକାଲି ରାତିରେ ଖାଦ୍ୟ ଅନ୍ୱେଷଣରେ ଯାଇ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଜାଲରେ ପଡ଼ି ଜୀବନ ଯାଇଥିବା ଜଣାଯାଇଛି। ଏହି ଘଟଣାରେ ବିଦ୍ୟୁତ ବିଭାଗ ସହ ବନ ବିଭାଗ ପାଟ୍ରୋଲିଂ ଠିକ୍ ଭାବେ କରିନି। ପାଟ୍ରୋଲିଂ କରି ବିଛାଯାଇଥିବା ବିଦ୍ୟୁତ୍‌ ତାରକୁ ହଟାଇଲେ ହୁଏତ ଏହି ଅଘଟଣ ଘଟିନଥାନ୍ତା। ସିସିଏଫ୍ ଓ ଆର୍‌ସିସିଏଫ୍‌ଙ୍କୁ ଘଟଣା ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟପ୍ରାଣୀ ମୁଖ୍ୟାଳୟର ଜଣେ CCFଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

Comments are closed.