ରାଜନନ୍ଦଗାଁ: ଆମ ଚାରିପଟେ କିଛି ନା କିଛି ଅଲୌକିକ ଚମତ୍କାର ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ମଣିଷ ବିଶ୍ୱାସ ଓ ଅନ୍ଧ ବିଶ୍ୱାସ କଥାକୁ ନେଇ ଦ୍ୱନ୍ଦରେ ରହିଥାଏ । ଛତିଶଗଡ଼ର ରାଜନନ୍ଦଗାଁ ଜିଲ୍ଲାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଜିଲ୍ଲାର ଲୋଧୀ ନୱାଗାଁର ହେମନ୍ତ ଚନ୍ଦେଲ ନାମକ ଜଣେ ଚାଷୀଙ୍କ ଘରେ ଥିବା ଜର୍ସି ଗାଈ ମକର ସଂକ୍ରାନ୍ତିରେ ଗୋଟିଏ ବାଛୁରୀ ଜନ୍ମ ଦେଇଛି । ଯାହାର ତିନୋଟି ଆଖି ରହିଛି । ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ବାଛୁରୀର ଦୁଇଟି ନାକ ଛିଦ୍ର ବଦଳରେ ୪ଟି ଛିଦ୍ର ରହିଛି । ଆହୁରି ତାର ଲାଞ୍ଜ ଜଟ୍ଟା ଭଳି ଦେଖାଯାଉଛି । ତିନୋଟି ଆଖି ଥିବା ବାଛୁରୀର ଜନ୍ମ ଖବର ଶୁଣିବା ପରେ ଲୋକେ ଏହାକୁ ଚମକ୍ରାର ବୋଲି ମାନିନେଇଛନ୍ତି । ମକର ସଂକ୍ରାନ୍ତିରେ ଜନ୍ମ ହୋଇ ଥିବାରୁ ଲୋକେ ତାକୁ ଧାର୍ମିକ ଆସ୍ଥା ସହ ଯୋଡ଼ି ଭଗବାନ ଶିବଙ୍କ ରୂପ ବୋଲି କହୁଛନ୍ତି । ଏହି ବାଛୁରୀକୁ ଦେଖିବାକୁ ଦୂରଦୂରାନ୍ତରୁ ଲୋକଙ୍କ ଭିଡ଼ ଜମୁଛି ।
ବାଛୁରୀକୁ ମହାଦେବ ରୂପେ ଉପାସନା କରୁଥିବାବେଳେ ପୁଷ୍ପମାଲ୍ୟ ସହ ନଡ଼ିଆ, ଟଙ୍କା ଅର୍ପଣ କରୁଛନ୍ତି ଲୋକେ । କେତେକେ ଏହି ବାଛୁରୀ ଧାର୍ମିକ ଓ ବିଶ୍ୱାସ ସହ ସଂଯୋଗ କରୁଥିବାବେଳେ ଓ ଅନ୍ୟ କେତେକ ବିଜ୍ଞାନର ଚମତ୍କାର ଜାଣି ଦେଖିବାକୁ ଆସୁଛନ୍ତି । ଗାଈ ପାଳକ ନୀରଜ ଚନ୍ଦେଲ କହିଛନ୍ତି ଯେ, ବାଛୁରୀକୁ ଦେଖିବାକୁ ବହୁ ଲୋକେ ଆସୁଛନ୍ତି । ପ୍ରାଣୀ ଚିକିତ୍ସକଙ୍କୁ ବାଛୁରୀକୁ ଦେଖାଇବା ପରେ ସେ ସୁସ୍ଥ ଥିବା କହିଛନ୍ତି ।
Comments are closed.