Latest Odisha News

BREAKING NEWS

ବ୍ରହ୍ମପୁରରୁ ଗିରଫ ହେଲେ ତିନି ନକଲି ସାମ୍ବାଦିକ

ବ୍ରହ୍ମପୁର: ବ୍ରହ୍ମପୁର ଅଞ୍ଚଳରେ କିଛି ଶିକ୍ଷୟତ୍ରୀ ଓ ଛାତ୍ରୀ ମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗରେ ବ୍ରହ୍ମପୁର ସଦର ଥାନା ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ମାନେ ବ୍ରହ୍ମପୁରର ସୁନୀଲ ବଳିଆରସିଂ, ତପନ ପଟ୍ଟନାୟକ, ଦୀପକ ବାଡ଼ତ୍ୟା ବୋଲି ଜଣାପଡିଛି ।

ନିଜକୁ ସମ୍ବାଦିକର ପରିଚୟ ଦେଇ ଏହି ତିନି ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କୁ ଧମକାଇ ଟଙ୍କା ମାଗିବାକୁ ଚେଷ୍ଟା କରୁଥିବା ବେଳେ କିଛି
ସ୍ଥାନୀୟ ଲୋକଙ୍କ ସନ୍ଦେହ ଘେରକୁ ଆସିଥିଲେ । ଏହି ସ୍ଥାନୀୟ ଲୋକମାନେ ଅଭିଯୁକ୍ତ ମାନଙ୍କୁ ଅଟକାଇ ପୋଲିସର ଜିମା ଦେଇଥିଲେ ।

ପୋଲିସ ସେମାନଙ୍କ ପାଖରୁ ଏକ କାର, କ୍ୟାମେରା, ବୁମ ଓ ନକଲି ଆଇଡ଼ି କାର୍ଡ ଜବତ କରିଛି ।

Leave A Reply

Your email address will not be published.