Latest Odisha News

BREAKING NEWS

ଫିଲ୍ମ ‘ଜଜ୍‌ ମେଣ୍ଟାଲ ହେ କ୍ୟା’: ପ୍ରଥମ ସପ୍ତାହରେ ଆୟ କଲା ୩୧ କୋଟି

ମୁମ୍ବାଇ: ବକ୍ସ ଅଫିସରେ ଛାଇଯାଇଛନ୍ତି ବଲିଉଡର କୁଇନ ବୋଲାଉଥିବା କଙ୍ଗନା । ରାଜକୁମାର ଓ କଙ୍ଗନାଙ୍କ ଯୋଡିର ଜଲଓ୍ଵା ଏବେ ବଡ଼ ପରଦାରେ ଧୁମ ମଚେଇ ଦେଇଛି । ବକ୍ସଅଫିସରେ ଧମାକାଦାର କଲେକ୍ସନ କରୁଛି ଫିଲ୍ମ ‘ଜଜ୍‌ ମେଣ୍ଟାଲ ହେ କ୍ୟା’ ।

ଦର୍ଶକଙ୍କ ଠାରୁ ଆରମ୍ଭ କରି ସିନେସମୀକ୍ଷକ ସମସ୍ତଙ୍କ ମୁହଁରେ କଙ୍ଗନା ଓ ରାଜକୁମାରଙ୍କ ପ୍ରଶଂସା ।

ଏହି ମୁଭିର ଟ୍ରେଲର ରିଲିଜ ପରଠାରୁ ଫିଲ୍କ ଚର୍ଚ୍ଚାରେ ରହିଥିଲା । ଏବେ ଫିଲ୍ମ ରିଲିଜ ପରେ ଦର୍ଶକଙ୍କ ଲମ୍ବା ଲାଇନ ଲାଗୁଛି ଫିଲ୍ମ ହଲ ବାହାରେ । ଦର୍ଶକଙ୍କୁ ଆକର୍ଷିତ କରୁଛି କଙ୍ଗନାଙ୍କ ଅଭିନୟ ।

କଙ୍ଗନାଙ୍କ ଅପୋଜିଟରେ ଅଛନ୍ତିି ରାଜକୁମାର ରାଓ । ଏହି ଦୁଇ ହିଟ ଆକ୍ଟର ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିଛନ୍ତି । କଙ୍ଗନା ଓ ରାଜକୁମାରଙ୍କ ଯୋଡି ପରଦାରେ କ୍ରିଏଟ କରିଛି ମ୍ୟାଜିକ ।

‘ଜଜ୍‌ ମେଣ୍ଟାଲ ହେ କ୍ୟା’ ପ୍ରଥମ ସପ୍ତାହରେ ୩୧ କୋଟି ଆୟକରିଥିବା ବେଳେ ଆଗାମୀ ଦିନରେ ଏହା ଆହୁରି ଅଧିକ ଆୟ କରିବ ବୋଲି ନିର୍ଦ୍ଦେଶକ ପ୍ରକାଶ କୋବେମାଲୁଦି ଆଶା ରଖିଛନ୍ତି । ଏହାର କାହାଣୀରେ ରୋମାନ୍ସ ,କମେଡି ଓ ସସପେନ୍ସର ଜବରଦସ୍ତ ତଡକା ରହିଛି ।

Leave A Reply

Your email address will not be published.