Latest Odisha News

ମହାନଦୀରେ ଭାସିଗଲେ ଗୋଟିଏ ପରିବାରର ୩ ସଦସ୍ୟ, ଦୁଇ ଉଦ୍ଧାର

ସମ୍ବଲପୁର: ଗାଧୋଇବାକୁ ଯାଇ ସମ୍ବଲପୁର ମହାନଦୀ ଦଲେଇପଡା ଘାଟରେ ଭାସିଗଲେ ଗୋଟିଏ ପରିବାରର ୩ ସଦସ୍ୟ । ଆଜି ଅପରାହ୍ନରେ ଏହି ଅଘଟଣ ଘଟିଥିଲାବଳେ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି ।

ଅପରାହ୍ନ ପ୍ରାୟ ୪ଟା ସମୟରେ ଦଲେଇପଡା ଘାଟରେ ପେନସନପଡାର ୪୦ ବର୍ଷୀୟ ଏମ୍‌ଡି ଅଲତାଫ୍‌, ପୁଅ ଏମ୍‌ଡି ଆଫତାବ୍ ଓ ଝିଅ ରୁକସାନା ପରବିନ୍ ଗାଧୋଇବାକୁ ଯାଇ ସମସ୍ତେ ଭାସିଯାଇଥିଲେ । ପାଖରେ ଥିବା ଲୋକ ଏହି ଘଟଣା ଦେଖି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇତିଲେ । ଖବର ପାଇ ନଦୀ ଘାଟରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସବିଶେଷ ରିପୋର୍ଟ ଅନୁଯାୟୀ ବାପା ପୁଅ ଉଦ୍ଧାର ହୋଇଥିଲାବେଳେ ଝିଅ ରୁକସାନା ପରବିନକୁ ଏବେ ବି ଖୋଜା ଚାଲିଛି । ଅନ୍ୟପଟେ ଗୁରୁତର ଅବସ୍ଥାରେ ବାପ ପୁଅଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Comments are closed.