Latest Odisha News

BREAKING NEWS

ଅଲ ଇଂଲଣ୍ଡ ବ୍ୟାଡମିଂଟନ ପୂର୍ବରୁ ଭାରତକୁ ଝଟକା, ୩ ଖେଳାଳି, ଜଣେ ସପୋର୍ଟିଂ ଷ୍ଟାଫ କରୋନା ପଜିଟିଭ

ଲଣ୍ଡନ: ଅଲ ଇଂଲଣ୍ଡ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଛି । ୩ଜଣ ଖେଳାଳି ଏବଂ ଜଣେ ସପୋର୍ଟିଂ ଷ୍ଟାଫ କରୋନା ପଜିଟିଭ ଥିବା ଜଣା ପଡିବା ପରେ ଟିମ୍ ମ୍ୟାନେଜମେଂଟ ଚିନ୍ତାରେ ପଡିଛି । ସାଇନା ନେହ୍ୱାଲ ଏବଂ ତାଙ୍କ ପତି ତଥା ଖେଳାଳି ପାରୁପଲୀ କାଶ୍ୟପ ଆୟୋଜକଙ୍କ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି । ୧୪ ଦିନ ମଧ୍ୟରେ ୫ ଥର ଟେଷ୍ଟ ନେଗେଟିଭ ଆସିବା ପରେ ଏବେ କିପରି ଏହା ପଜିଟିଭ ଆସିଲା ବୋଲି କୋଚ ମାଥିସ ବୋଏ କହିଛନ୍ତି ।

କରୋନା ଯୋଗୁ ଏଥର ଏହି ଟୁର୍ଣ୍ଣାମେଂଟରେ ତାଇୱାନ, ଚୀନ ଓ ଦକ୍ଷିଣ କୋରିଆର ଖେଳାଳି ଅଂଶଗ୍ରହଣ କରୁ ନାହାନ୍ତି । ତେବେ କେଉଁ ଭାରତୀୟ ଖେଳାଳି କରୋନା ପଜିଟିଭ ଅଛନ୍ତି ତାହା ସ୍ପଷ୍ଟ କରାଯାଇ ନାହିଁ । ରିପୋର୍ଟ ସତ୍ୟତା ନେଇ ଠିକ୍ ଖବର ପଂହଚିପାରୁ ନ ଥିବାରୁ ଆମେ ଅଭ୍ୟାସ ମଧ୍ୟ କରିପାରୁ ନାହୁଁ ବୋଲି ସାଇନା ଏବଂ ପିଭି ସିନ୍ଧୁ କହିଛନ୍ତି ।

Leave A Reply

Your email address will not be published.