Latest Odisha News

BREAKING NEWS

ଗଛ କାଟି ମାଓବାଦୀଙ୍କ ରାସ୍ତା ଅବରୋଧ, ୧୧ଟି ଦାବି ସମ୍ପର୍କରେ ପୋଷ୍ଟର ଉଲ୍ଲେଖ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ହାତୀଗାଁ ରାସ୍ତାରେ ଗଛ କାଟି ରାସ୍ତା ବନ୍ଦ କରିଛନ୍ତି ମାଓବାଦୀ । ଏହାସହ ମାଓ ପୋଷ୍ଟର ଓ ବ୍ୟାନର୍‌ ମଧ୍ୟ ଲଗାଇଛନ୍ତି । ପୋଷ୍ଟରରେ ଜଙ୍ଗଲରୁ ଗଛ କଟାକୁ ବିରୋଧ କରାଯାଇଛି । ଏହାସହ ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରି ଶ୍ରମିକଙ୍କୁ ଉଚିତ୍ ମୂଲ୍ୟ ଦେବାକୁ ଦାବି କରିଛନ୍ତି ମାଓବାଦୀ । ରାସ୍ତା ଅବରୋଧ ସ୍ଥାନରେ ଟିଫିନ୍‌ ବୋମା ମଧ୍ୟ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାପଡିଛି । 

Leave A Reply

Your email address will not be published.