Latest Odisha News

BREAKING NEWS

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏଯାବତ୍ ପ୍ରାଣ ହରାଇଛନ୍ତି ୩ ଭାରତୀୟ, ଜଣେ ନିଖୋଜ: ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୩ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି । ଏନେଇ ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସୂଚନା ଦେଇ କହିଛନ୍ତି ଯେ, ଆମେ ଏପର୍ଯ୍ୟନ୍ତ ୩ ଜଣ ଭାରତୀୟ ନାଗରିକଙ୍କୁ ହରାଇଛୁ । ଚତୁର୍ଥ ଜଣଙ୍କ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି ।

ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି । ସମସ୍ତ ୪ ଜଣ ନାଗରିକ ବାଣିଜ୍ୟ ଜାହାଜରେ ଥିବା କ୍ରୁର ସଦସ୍ୟ ଥିଲେ । ଓମାନ ଏବଂ ଇରାକରେ ଆମର ଦୂତାବାସ ଏବଂ ଦୁବାଇରେ ଆମର କନସୁଲେଟ୍ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଛନ୍ତି । ଯାହା ଦ୍ୱାରା ସେମାନଙ୍କ ପାର୍ଥିବ ଶରୀର ଯଥାଶୀଘ୍ର ଭାରତକୁ ଅଣାଯାଇ ପାରିବ ।

ଇରାନରେ ଏବେ ୯ ହଜାର ଭାରତୀୟ ଫସି ରହିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ, ଇରାନରେ ଥିବା ନାଗରିକମାନଙ୍କୁ ସ୍ଥଳପଥରେ ଆଜରବାଇଜାନ ଏବଂ ଆର୍ମେନିଆ ନିଆଯିବ । ତା’ପରେ ବିମାନ ଦ୍ୱାରା ସେମାନଙ୍କୁ ଘରକୁ ଫେରାଇ ଅଣାଯିବ । ଇରାନର ପଡ଼ୋଶୀ ଦେଶ ଦେଇ ଯାତ୍ରା କରିବାକୁ ଚାହୁଁଥିବା ଭାରତୀୟମାନଙ୍କୁ ସରକାର ଭିସା ସହାୟତା ଯୋଗାଇବେ । ସୀମା ପାର୍ କରିବାକୁ ମଧ୍ୟ ସାହାଯ୍ୟ କରିବେ ଭାରତ ସରକାର ।

Leave A Reply

Your email address will not be published.