ନୟାଗଡ଼: ଶାରଦୀୟ ଦୁର୍ଗାପୂଜାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଓଡଗାଁ ଥାନା ଗୋଡିପଲ୍ଲୀ ନିକଟରେ ବୁଲେଟ୍ ଏବଂ ବାଇକ୍ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୩ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଦୁଇ ବାଇକ୍ ୧୦ ଫୁଟ ଉପରକୁ ଉଠି ତଳେ ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏଥିସହ ଦୁଇଟି ବାଇକ୍ ଚୁରମାର ହୋଇଯାଇଥିଲା ।
ସ୍ଥାନୀୟ ଲୋକେ ପହଞ୍ଚି ପୁଲିସ ଉପସ୍ଥିତିରେ ସମସ୍ତଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡ଼ାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।
ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା କରସିଙ୍ଗିର ଅଞ୍ଚଳର ସିଲୁ (୨୫) , କେନ୍ଦ୍ରାପଡା ଅଞ୍ଚଳର ସନ୍ତୋଷ ରାଉତ(୩୫) ଏବଂ ଓଡଗାଁ ଥାନା ବାଣ୍ଠପୁର ପଞ୍ଚାୟତ ଚେମେଡିର ଅଞ୍ଚଳର ମୋହନ ବାରିକ(୨୮) । ସିଲୁ ଏବଂ ସନ୍ତୋଷ ବାଇକରେ କରସିଙ୍ଗ ପଟୁ ଆସୁଥିବା ବେଳେ ମୋହନ ନିଜ ବୁଲେଟରେ କରସିଙ୍ଗ ପଟକୁ ଯାଉଥିବା ସମୟରେ ଗୋଡିପଲ୍ଲୀ ନିକଟରେ ଧକ୍କା ହୋଇଥିଲା ।
ଓଡ଼ଗାଁ ଥାନାରେ ଏକ ମାମଲା ରୁଜୁ ହୋଇ ମୃତଦେହ ବ୍ୟବଛେଦ କରାଯାଇଥିବା ଜଣାପଡ଼ିଛି।
Comments are closed.