କେନ୍ଦୁଝର: ଯୋଡ଼ାରେ ବଡ଼ ଅଘଟଣ । ଖଣିରୁ ମାଟି ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ହୋଇଛି ଓ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । କେନ୍ଦୁଝର ଯୋଡ଼ା ଥାନା ବିଛାକୁଣ୍ଡି ଦଲପାହାଡ଼ରେ ଘଟିଛି ଏହି ବଡ଼ ଅଘଟଣ । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ମାଟି ଅତଡ଼ା ଧସିଛି ।
ମୃତ ବ୍ୟକ୍ତିମାନେ ବିଚାକୁଣ୍ଡି ଅଞ୍ଚଳର ସନ୍ଦୀପ ପୂର୍ତ୍ତି, ଗୁରୁ ଚମ୍ପିଆ ଏବଂ କାଣ୍ଡେ ମୁଣ୍ଡା ବୋଲି ଜଣାପଡିଛି ।
ସୂଚନାନୁସାରେ, ମଙ୍ଗଳବାର ଅପରାହ୍ନ ସମୟରେ ମାଙ୍ଗାନିଜ୍ ଚୋରା ଉତ୍ତୋଳନ ବେଳେ ଏହି ଅଘଟଣ ଘଟିଥିଲା । ଗତକାଲି ମାଟି ଅତଡ଼ା ଖସି ଶ୍ରମିକ ଚାପି ହୋଇଯାଇଥିଲେ । ଗତକାଲି ପ୍ରବଳ ବର୍ଷା ଜାରି ରହିଥିଲା । ବର୍ଷା ଓ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ୬ ଘଣ୍ଟା ପରେ ଉଦ୍ଧାର ହୋଇଛି ୩ଜଣଙ୍କ ମୃତଦେହ। ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Comments are closed.