ପୁରୀ: ଶରଧାବାଲିରେ ଠେଲାପେଲା ଓ ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି । ରଥ ସମ୍ମୁଖରେ ଏହି ଅଘଟଣ ଘଟିଥିବା ସୂଚନା । ଆଜି ଭୋର ୪ଟା ୨୦ରେ ଅଘଟଣ ଘଟିଥିବା ସୂଚନା । ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭିଡ଼ ଲାଗିଥିଲା । ଅତ୍ୟଧିକ ଭିଡ଼ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ମୃତକମାନେ ହେଲେ ଖୋର୍ଦ୍ଧା ଗୋବର୍ଦ୍ଧନପୁର ଅଞ୍ଚଳର ବାସନ୍ତୀ ସାହୁ (୩୬), ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି (୭୮) ଏବଂ ବାଲିପାଟଣା ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ ।
ସେହିପରି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଠେଲାପେଲାରେ ପ୍ରାୟ ୫୦ ଜଣ ଆହତ ହୋଇଥିବା ସୂଚନା ରହିଛି । ଭକ୍ତଙ୍କ ଭିଡ଼ ଭିତରେ ଚାର କାଠ ବୋଝେଇ ଟ୍ରକ ପଶିଥିଲା ବୋଲି କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ ।
ଅନ୍ୟପଟେ, ଶରଧାବାଲିରେ ଦଳାଚକଟା ଘଟଣାରେ ସାମ୍ନାକୁ ଆସିଲା ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଏନେଇ ପଦକ୍ଷେପ ନେବେ । ଆକ୍ସନ ଓ ତଦନ୍ତ ନେଇ ନିଷ୍ପତ୍ତି ଖୁବ ଶୀଘ୍ର ହେବ ।
Comments are closed.