Latest Odisha News

ଦୁଇ ବାଇକ୍ ଧକ୍କାରେ ଚାଲିଗଲା ୩ ଜୀବନ,ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଦୁଇ ବୁଲେଟ୍ ମୁହାଁମୁହିଁ ଧକ୍କା। ବାପପୁଅ ସମେତ ୩ ମୃତ । ଜରଡ଼ା ଥାନା ଠଣ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାପପୁଅ ଗାଁକୁ ଫେରିବା ବେଳେ ବିପରୀତ ପଟରୁ ଧକ୍କା ଦେଲା ଆଉ ଏକ ବୁଲେଟ୍ ।

ବୁଧବାର ଅପରାହ୍ନରେ ବାପ ପୁଅ ବାଇକ୍ ଯୋଗେ ଜରଡ଼ାରୁ ନିଜ ଗ୍ରାମ ସାମନ୍ତରାପୁର ଯାଉଥିବାବେଳେ ତୁମ୍ବା ପଟୁ ଆସୁଥିବା ଯୁବକଙ୍କ ବାଇକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା।
ପାତ୍ରପୁର ବ୍ଳକ ଜରଡ଼ା ଥାନା ସାମନ୍ତରାପୁର ଯିବା ରାସ୍ତାର ଠଣାଗାଁ ଛକ ନିକଟରେ ଦୁଇ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାପ ପୁଅଙ୍କ ସହ ଅନ୍ୟ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।

ମୃତକମାନେ ସାମନ୍ତରାପୁର ଗ୍ରାମର ବାପା ଦାଉ ଗୌଡ (୫୫), ତାଙ୍କ ପୁଅ ସୁନୀଲ କୁମାର ଗୌଡ (୨୫) ଏବଂ ବ୍ରହ୍ମପୁର ଗୋଇଲୁଣ୍ଡି ଅଞ୍ଚଳର ରାଜେଶ ପାଣିଗ୍ରାହୀ (୨୫) ବର୍ଷ ବୋଲି ଜଣାପଡିଛି। ଜରଡ଼ା ପୋଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି ପୋଲିସ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି।

Comments are closed.