Latest Odisha News

BREAKING NEWS

ବ୍ୟାଟେରୀ ବିସ୍ଫୋରଣ ଘଟି ୩ ନାବାଳକ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଲିକାଟୁ ଥାନା ଅନ୍ତର୍ଗତ ସୋମପୁର ଗ୍ରାମର ଏକ ଘର ଭିତରରେ ବ୍ୟାଟେରୀ ସହ ଖେଳୁଥିବା ବେଳେ ବିସ୍ଫୋରଣ ଘଟି ତିନିଜଣ ନାବାଳକ ମଙ୍ଗଳବାର ଦିନ ଆହତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଆହତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ପ୍ରାପ୍ତ ସୂଚନାନୁଯାୟୀ, ବାଦଲ ଗୌଡ, ନାରାୟଣ ଗୌଡ ଏବଂ ଶ୍ରୀଧର ଗୌଡ ଗାଁ ବାହାରେ ଖେଳୁଥିବାବେଳେ ଏକ ଗଛ ନିକଟରୁ ହାଇ-ୱାଟ ବ୍ୟାଟେରୀ ପାଇଥିଲେ। ପରେ ସେମାନେ ବ୍ୟାଟେରୀକୁ ନିଜ ଘରକୁ ନେଇଯାଇଥିଲେ ଜ୍ଝ ସେମାନେ ନିଜ ଘରେ ବ୍ୟାଟେରୀ ସହିତ ଖେଳୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା, ଯାହାଫଳରେ ସେମାନେ ଆହତ ହୋଇଥିଲେ ।

ଏହି ଘଟଣା ସକାଳ ପ୍ରାୟ ୮.୩୦ ସମୟରେ ଘଟିଥିଲା।

ଏହି ବିସ୍ଫୋରଣ ଶବ୍ଦ ଶୁଣି ପରିବାର ସଦସ୍ୟ ଘଟଣାସ୍ଥଳରେ ପହ ଞ୍ଚିବା ସହ ସେମାନଙ୍କୁ ଚିକିତ୍ସା ନିମନ୍ତେ ହିଞ୍ଜିଲିକାଟୁସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପରେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଶେଷ ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଅନ୍ୟ ୨ ଜଣ ସଙ୍କଟାପନ୍ନ ରହିଛି ।

Leave A Reply

Your email address will not be published.