Latest Odisha News

BREAKING NEWS

ଏଡିନୋ ଭାଇରସ ଆତଙ୍କ; ୨୪ ଘଣ୍ଟାରେ ୩ ଶିଶୁଙ୍କ ମୃତ୍ୟୁ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଛୁଟି ବାତିଲ କଲେ ସରକାର

କୋଲକାତାପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟାରେ ଶିଶୁଙ୍କର ମୃତ୍ୟୁ ହେବା ପରେ ରାଜ୍ୟରେ ଏଡିନୋ ଭାଇରସକୁ ନେଇ ଭୟ ବଡ଼ିଯାଇଛି। ଲକ୍ଷଣ ଦେଖା ଦେବା ପରେ ଶିଶୁଙ୍କୁ କୋଲ୍କାତାର ବିଭିନ୍ନ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତତ ମୃତକଙ୍କ ବୟସ ଏକ ବର୍ଷରୁ କମ୍

ଜଣଙ୍କର କଲିକତା ମେଡ଼ିକାଲ କଲେଜ୍ ହସ୍ପିଟାଲ୍ରେ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ବି.ସି ରୟ ଚିଲ୍ଡ୍ରେନ୍ସ ହସ୍ପିଟାଲ୍ରେ ମୃତ୍ୟୁ ହୋଇଛି। ବିସି ରୟ ହସ୍‌ପିଟାଲ୍‌ ଭର୍ତ୍ତି ହୋଇଥିବା ପିଲା ଠାରେ ଫୁସୁଫ୍ସ୍ ସଂକ୍ରମଣ, ଜ୍ୱର ସହ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥିଲା। ଏହି ମୃତ୍ୟୁ ପରେ ହସ୍‌ପିଟାଲ୍‌ ଅଧିକ ଶିଶଙ୍କୁ ମୃତ୍ୟୁ ହୋଇଥିବା ନେଇ ଚାପ ସୃଷ୍ଟି ହୋଇଛି।

ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଏଡିନୋ ବ୍ୟାପିଥିବା ନେଇ ସରକାରୀ କୌଣସି ଭାବେ କୌଣସି ଘୋଷଣା କରି ନାହାନ୍ତି। ହେଲେ ଗତ ୧୧ ଦିନରେ ୪୮ ମୃତ୍ୟୁ ହେଲାଣି ବୋଲି କୁହାଯାଉଛି। ରାଜ୍ୟରେ ଶିଶୁ ମୃତ୍ୟୁ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଶିଶୁ ରୋଗ  ଡାକ୍ତରଙ୍କ ପାଇଁ ଆଡ୍ଭାଇଜରି ଜାରି କରିବା ସହ ଫ୍ଲୁ ଲକ୍ଷଣ ଦେଖାଯାଉଥିବା ପିଲାଙ୍କର ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ବର୍ଷରୁ କମ୍ ବୟସର ପିଲାଙ୍କ ଠାରେ ଅଧିକ ବିପଦ ଥିବାରୁ ସେମାନଙ୍କର ଯତ୍ନ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।  

ବଢ଼ୁଥିବା ସଂକ୍ରମଣକୁ ଦେଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି। ସରକାରୀ ହସ୍ପିଟାଲ୍ଗୁଡ଼ିକରେ ସ୍ୱତନ୍ତ୍ର ଶିଶୁ ୱାର୍ଡ ଖୋଲି ପିଲାମାନଙ୍କର ଚିକିତ୍ସା ଜାରି ରହିଛି

ଏଡିନୋ ଭାଇରସ ରୋଗୀକୁ ଛୁଇଁଲେ, ରୋଗୀ କାଶିଲେ, ଛିଙ୍କିଲେ ବାୟୁ ଦ୍ୱାରା ଏହା ବ୍ୟାପୁଥିବାର ଜଣାପଡ଼ିଛି। ରୋଗୀର ଝାଡ଼ାରେ ବି ଏଡିନୋ ଭାଇରସ ବ୍ୟାପିବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ଏହି ଭୂତାଣୁ ପାଇଁ ବର୍ତ୍ତମାନ ସୁଧା କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଓ ଔଷଧ ବାହାରିପାରି ନାହିଁ।

Leave A Reply

Your email address will not be published.