Latest Odisha News

ଗାଡ଼ିରେ ଇନ୍ଧନ ଭରୁଛି ରୋବଟ୍‌

ସମୟ ବଦଳିବା ସହିତ କାରିଗରୀ ଜ୍ଞାନକୌଶଳରେ ମଣିଷ ବେଶ୍ ଆଗକୁ ଯାଇଛି । ନୂଆ ନୂଆ ପଦ୍ଧତି ଆଧାରରେ ବିଜ୍ଞାନ ଆଗକୁ ଆଗଉଛି । ମୋଟ ଉପରେ ମଣିଷର ବିକଳ୍ପ ସାଜୁଛି ମେସିନ । କାମ ଯେତେ କଷ୍ଟକର ହେଉ ନା କାହିଁକି ମଣିଷ ତିଆରି ମେସିନ ଏବେ ତାକୁ ଖୁବ୍ ସହଜରେ ସମ୍ପାଦନା କରି ପାରୁଛି । ମଣିଷ ତିଆରି ଏହି ଅତ୍ୟାଧୁନିକ ମେସିନର ନାଁ ହେଉଛି ରୋବଟ୍ । ଅର୍ଥାତ୍ ସ୍କୁଲ କଲେଜଠାରୁ ଆରମ୍ଭ କରି ସବୁଠି ଦକ୍ଷତାର ସହିତ ନିଜର କାର୍ଯ୍ୟ ସମ୍ପାଦନ କରିପାରୁଛି ରୋବଟ୍ । ବିଶ୍ୱର ବିଭିନ୍ନ ସ୍ଥାନରେ ହୋଟେଲରେ ସେଫ୍ ତଥା ସର୍ଭିସ ବୟର କାମ ରୋବଟ୍ କରୁଥିବା ବେଳେ ଏବେ ବିଭିନ୍ନ ପେଟ୍ରୋଲ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା କାମ ଆରମ୍ଭ କରିଛି ରୋବଟ୍ । ତା ପୁଣି ନିର୍ଭୁଲ ଭାବରେ । କାରିଗରୀ ଜ୍ଞାନକୌଶଳରେ ବେଶ୍ ସମୃଦ୍ଧ ହୋଇପାରିଥିବା ଫିନ୍‌ଲ୍ୟାଣ୍ଡରେ ଏବେ ମଣିଷ ବଦଳରେ ଇନ୍ଧନ ଭରିବା କାର୍ଯ୍ୟ ଆରମ୍ଭ କରିଛି ରୋବଟ୍ ।

ଫିନ୍‌ଲ୍ୟାଣ୍ଡରେ ଥିବା ଡେନିଶ ଷ୍ଟାର୍ଟ ଅପ୍ ଅଟୋ ଫୁଏଲ କମ୍ପାନୀ ଏକ ସେଲ୍‌ଫ ହ୍ୟାଣ୍ଡେଲ ରୋବଟ ବିକଶିତ କରିଛି, ଯାହାକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା । ସେଠାରେ ଏକ ପେଟ୍ରୋଲ ପମ୍ପରେ ଗାଡ଼ିରେ ଇନ୍ଧନ ଭରୁଛି ରୋବଟ୍ । ତାହାପୁଣି ଜିରୋ ଏରର ସହିତ । ଅବିକଳ ମଣିଷ ଭଳି ଓ ତାଠାରୁ ଅଧିକ ଦକ୍ଷତାର ସହିତ ଏହି କାର୍ଯ୍ୟ ସମ୍ପାଦନା କରୁଛି ରୋବଟ୍ । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସମସ୍ତଙ୍କ ନଜରକୁ ଆସିଛି ।
ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଗାଡ଼ିଟିଏ ପେଟ୍ରୋଲ ପମ୍ପରେ ପହଞ୍ôଚବା ପରେ ଏଥିରେ ଇନ୍ଧନ ଭରିବା ପାଇଁ ଆଗକୁ ଆସୁଛି ଏକ ରୋବଟ୍ । ରୋବଟ୍‌ର ମଣିଷ ଭଳି ଦୁଇଟି ହାତ ରହିଛି । ଯାହାକୁ ବ୍ୟବହାର କରି ସେଗାଡ଼ିରେ ଇନ୍ଧନ ଭରୁଛି । ଗାଡ଼ି ଚାଳକ ଦେଇଥିବା ଅର୍ଥ ଅନୁସାରେ ନିର୍ଭୁଲ ଭାବରେ ଇନ୍ଧନ ଭରିବା କାର୍ଯ୍ୟ ଶେଷ କରୁଛି ରୋବଟ୍ । ଏହାପରେ ଗାଡ଼ିକୁ ଗୁଡ଼ବାୟ ଜଣାଉଛି । ଏହି ରୋବଟ୍‌କୁ ବିକଶିତ କରିଥିବା ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଇନ୍ଧନ ଷ୍ଟେଶନରେ ଗାଡ଼ିରେ ରୋବଟ ଇନ୍ଧନ ଭରିବାରେ ଏହା ପ୍ରଥମ ରୋବଟ୍ । ଅତ୍ୟାଧୁନିକ ଭାବେ ବିକଶିତ ହୋଇଥିବା ଏହି ରୋବଟରେ ଉଚ୍ଚକ୍ଷମତା ସମ୍ପନ୍ନ ସେନ୍ସର ଏବଂ କ୍ୟାମେରା ଲଗାଯାଇଛି । ଏହା ସାହାଯ୍ୟରେ ନିର୍ଭୁଲ ଭାବରେ କାମ କରି ପାରୁଛି ରୋବଟ୍ । ଆଶ୍ଚର୍ଯ୍ୟର କଥା ହେଉଛି, କୌଣସି ଯାନ ଇନ୍ଧନ ଷ୍ଟେଶନରେ ପହଞ୍ôଚବା ପରେ ଏହା କେଉଁ ଇନ୍ଧନରେ ପରିଚାଳିତ ଗାଡ଼ି ତାହା ଆପେ ଆପେ ନିଶ୍ଚିତ କରିପାରୁଛି । ଗାଡ଼ିରେ ଲାଗିଥିବା ନମ୍ବର ପ୍ଲେଟ୍‌କୁ ରିଡ଼୍ କରିବା ପରେ ଡ଼୍ରାଇଭରର ଆବଶ୍ୟକତାକୁ ଅପେକ୍ଷା କରୁଛି ରୋବଟ୍ । ଅର୍ଥାତ୍ ଗାଡ଼ିରେ କେତେ ପରିମାଣର ଇନ୍ଧନ ପଡ଼ିବ ତାହା ସ୍ପଷ୍ଟ ହେବା ପରେ ଇନ୍ଧନ ଭରିବା ଆରମ୍ଭ କରୁଛି ରୋବଟ୍ ।

Leave A Reply

Your email address will not be published.