ଦୁନିଆରେ ଅନେକ ପ୍ରକାରର କୀଟପତଙ୍ଗ ରହିଛନ୍ତି । ଇକୋସିଷ୍ଟମ୍ ପାଇଁ ସେମାନଙ୍କର ଅସ୍ତିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇକୋସିଷ୍ଟମକୁ ସନ୍ତୁଳିତ ରକ୍ଷା ପାଇଁ କୀଟପତଙ୍ଗ ରହିବା ଜରୁରୀ । ଯଦି ଏହି କୀଟପତଙ୍ଗର ଅସ୍ଥିତ୍ୱ ଦୁନିଆରୁ ଲିଭିଯାଏ, ତେବେ ପ୍ରକୃତିରେ ଏକ ଅସନ୍ତୁଳନ ସୃଷ୍ଟି ହୁଏ । କିନ୍ତୁ କେତେକ କୀଟ ଉପକାରୀ ହେବା ବ୍ୟତୀତ ଅତ୍ୟନ୍ତ ବିପଜ୍ଜନକ ହୋଇଥାନ୍ତି । ଏବେ ଏପରି କିଛି କୀଟପତଙ୍ଗଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଅତ୍ୟନ୍ତ ବିପଜ୍ଜନକ ।
ଆମ ଦେଶ ଭାରତରେ ଦେଖିବାକୁ ମିଳିଥାଏ ସବୁଠୁ ବିପଜ୍ଜନକ ଜୀବ କେଟରାପିଲର ବା ସଁବାଳୁଆ । ଯାହା ଆମ ଘରର ଚାରିପାଖରେ ଦେଖିବାକୁ ମିଳିଥାଏ । ଏହି କୀଟମାନଙ୍କ ସଂସ୍ପର୍ଶରେ ଯଦି ଲୋକେ ଆସନ୍ତି, ତେବେ ଏହା ସାଂଘାତିକ ହୋଇଥାଏ । ଏହି କୀଟଠାରୁ ଲୋକେ ଦୂରେଇ ରହିଥାନ୍ତି । ଭୂଲବଶତଃ ଯଦି ଏହା ଶରୀରରେ ଲାଗିଯାଏ , ତେବେ ଶରୀର କୁଣ୍ଡାଇ ହେବା ସହ ଫୁଲିଯାଇଥାଏ ଏବଂ ଭୀଷଣ ଯନ୍ତ୍ରଣା ବି ହୋଇଥାଏ । ସେହିପରି ସ୍କର୍ପିଓନ୍ ବା କଙ୍କଡ଼ା ବିଛା କୀଟ ମଧ୍ୟ ସାଂଘାତିକ । ଯଦି ଏହା କୌଣସି ଲୋକଙ୍କୁ କାମୁଡ଼େ, ତେବେ ତାର ମୃତ୍ୟୁ ହେବା ସମ୍ଭାବନା ଯଥେଷ୍ଟ । ବିଶେଷକରି ପିଲାମାନଙ୍କର ମୃତ୍ୟୁ ଖୁବ୍ଶୀଘ୍ର ହୋଇଥାଏ । ସେହିପରି ଜେଲିଫିସ୍ ହେଉଛି ବିପଜ୍ଜନକ କୀଟ । ଏହା ସାଧାରଣତଃ ସମୁଦ୍ରରେ ଦେଖିବାକୁ ମିଳିଥାଏ । ଜେଲିଫିସ୍ ମଧ୍ୟ ବହୁତ ବିପଜ୍ଜନକ । ଏହି ଜୀବଠାରୁ ଦୂରେଇ ରହିବା ଭଲ ।
ବୈଜ୍ଞାନିକଙ୍କ କହିବା କଥା, ଏହି ତିନୋଟି ଜୀବ ଦୁନିଆର ସବୁଠୁ ବେଶୀ ବିପଜ୍ଜନକ । ଉକ୍ତ କୀଟଙ୍କ ସ୍ପର୍ଶ ହିଁ ପ୍ରବଳ ଯନ୍ତ୍ରଣା ଦିଏ । ଯେତେଦୂର ସମ୍ଭବ ଏପରି ଜୀବଙ୍କଠାରୁ ଦୂରେଇ ରହିବା ଉଚିତ୍ ।
Comments are closed.