Latest Odisha News

BREAKING NEWS

ଗୀତା ଗୋବିନ୍ଦଙ୍କୁ ପୂରିଲା ୫ ବର୍ଷ, ରଶ୍ମିକାଙ୍କ ସହ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ବିଜୟ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ହେଉଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଅଭିନେତା ବିଜୟ ଦେବରକୋଣ୍ଡା । ଏମାନଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ କିଛି ଦିନ ତଳେ ସେମାନଙ୍କ ମଧ୍ୟରେ ବ୍ରେକ୍‌ଅପ୍ ହୋଇଥିବା ନେଇ ଆଲୋଚନା ହୋଇଥିଲା । ଏମିତି କି ରଶ୍ମିକାଙ୍କ ଜନ୍ମଦିନରେ ବିଜୟ ଶୁଭେଚ୍ଛା ବି ଜଣାଇ ନ ଥିଲେ । ତେଣୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗି ଯାଇଥିବା ନେଇ ପ୍ରଶଂସକମାନେ ସ୍ପଷ୍ଟ ହୋଇଥିଲେ । ଏସବୁ ଭିତରେ ବିଜୟ ପୁଣି ରଶ୍ମିକା ସହ ଫଟୋ ସେୟାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ବିଜୟ, ରଶ୍ମିକାଙ୍କ ସହ ୨ଟିି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି ଏଭଳି ଚର୍ଚ୍ଚା ଉପରେ ଫୂର୍ଣ୍ଣଛେଦ ପକାଇଛନ୍ତି । ଏହି ଫଟୋରେ ଉଭୟ ଏକାଠି ବସି କଥା ହେଉଥିବା ନଜର ଆସିଛନ୍ତି । ଏଥିସହିତ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ଫିଲ୍ମ ଗୀତା ଗୋବିନ୍ଦଙ୍କୁ ୫ବର୍ଷ ପୂରିଥିବା ଲେଖିଛନ୍ତି ବିଜୟ । ଏହି ପୋଷ୍ଟକୁ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ।

ରଶ୍ମିକା ବିଜୟଙ୍କୁ ଛାଡି ତେଲୁଗୁ ଅଭିନେତା ବେଲ୍ଲାମକୋଣ୍ଡା ସାଇ ଶ୍ରୀନିବାସଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା । ଦୁହେଁ ଅନେକ କାର୍ଯ୍ୟକ୍ରମ ଓ ହୋଟେଲରେ ଏକାଠି ନଜର ଆସୁଥିଲେ । ଏହି କାରଣରୁ ରଶ୍ମିକା ଓ ବିଜୟଙ୍କ ମଧ୍ୟରେ ବ୍ରେକଅପ ହୋଇଥିବା ନେଇ ଜଣାଯାଇଥିଲା ।

Leave A Reply

Your email address will not be published.