Latest Odisha News

BREAKING NEWS

ଆମେରିକା ଆକାଶରେ ୟୁଏଫଓ !

ୱାଶିଂଟନ: ଏଲିୟନ୍ସ ଅଛନ୍ତି କି ନାହିଁ ତାର ସଠିକ ପ୍ରମାଣ ଆଜି ପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ । ବିଭିନ୍ନ ସମୟରେ ଏହାର ପ୍ରମାଣ ନେଇ ଦାବୀ ହେଉଥିଲେ ମଧ୍ୟ ତାହା ସହଜରେ ଗ୍ରହଣୀୟ ହୋଇପାରି ନାହିଁ । ଏବେ ନିକଟରେ ପେଂଟାଗନରେ ଥିବା ଆମେରିକା ସଂସଦରେ ଏ ନେଇ କେତେକ ବଳିଷ୍ଠ ପ୍ରମାଣ ଓ ଭିଡିଓ ଜାରୀ କରାଯାଇଛି । ଆମେରିକା ସେନାର ଏକ ହେଲିକପ୍ଟର ୩ଟି ରହସ୍ୟମୟ ଯାନର ଫଟୋ ଏବଂ ଭିଡିଓ ଉତୋଳନ କରିଥିଲା । ଏହା ୟୁଏଫଓ ବୋଲି ସେମାନେ ଦାବୀ କରିଛନ୍ତି । ଏରିଜୋନା ଟକ୍ସନଠାରୁ ୪୦ ମାଇଲ ଉତର ପଶ୍ଚିମ ଦିଗରେ ଏହା ଦୃଶ୍ୟମାନ ହୋଇଥିଲା ।

୬ ନଭେମ୍ବର ୨୦୧୮ର ଏହି ଭିଡିଓକୁ ଏବେ ଆମେରିକା ପକ୍ଷରୁ ଛଡାଯାଇଛି । ଏଫ୧୬ ଓ ଏଫଏ-୧୮ ଫାଇଟଣ ପ୍ଲେନଠାରୁ ଏହା ଦ୍ରୁତ ବେଗରେ ଗତି କରୁଥିଲା । ଏହି ବିମାନରେ ଥିବା ରବର୍ଟ ବବ ଥମସନ ଏବେ ସେନାରୁ ଅବସର ନେଇ ସାରିଛନ୍ତି । ସେ ଏଲିୟନ୍ସଙ୍କ ଉପରେ ତଥ୍ୟ ସଂଗ୍ରହ କରିବାରେ ଲାଗିଛନ୍ତି । ତେବେ ଏହି ୟୁଏଫଓ ସତ ନା କାଳ୍ପନିକ ତାହା ପରେ ଜଣାପଡିବ ।

Comments are closed.