Latest Odisha News

BREAKING NEWS

ଓଡ଼ିଶାର ତିନି ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ତିନି ଜଣ । ନର୍ସ ଖୁଲଣା ବାରିକ ଓ ନର୍ସ ଶିବାନୀ ଦାସ ଏବଂ ଏଏନ୍ଏମ୍ ଦମୟନ୍ତୀ ରାଉତ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ୨୦୨୧ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ରାଷ୍ଟ୍ରପତି ଭବନରେ ଏକ ଭବ୍ୟ ସମାରୋହରେ ସାରା ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ମୋଟ ୫୧ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ଏଏନଏମ୍, ୪ ଜଣ ଏଲଏଚଭି ଓ ୩୦ ଜଣ ନର୍ସ ।  ୧୯୭୩ ମସିହାରେ ସମାଜ ପ୍ରତି ନର୍ମ ମାନଙ୍କର ଓ ନର୍ସିଂ ବୃତ୍ତିଧାରୀଙ୍କର ପ୍ରଶଂସନୀୟ କାର୍ଯ୍ୟକୁ ସ୍ୱୀକୃତି ଦେବାକୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ପୁରସ୍କାର ପ୍ରଦାନ କରୁଛି ।

 

Leave A Reply

Your email address will not be published.