Latest Odisha News

‘ସାହିତ୍ୟ ଏକାଡ଼େମୀ ଭାଷା ସମ୍ମାନ’ ଗ୍ରହଣ କଲେ ଓଡ଼ିଶାର ୩ଜଣ ସାହିତ୍ୟିକ

ଭୁବନେଶ୍ୱର: ଓଡ଼ିଶାର ତିନିଜଣ ବରିଷ୍ଠ ସାହିତ୍ୟିକ ସୋମବାର ଦିନ ୨୦୧୭ ଓ ୨୦୧୮ ମସିହା ଳାଗି ‘ସାହିତ୍ୟ ଏକାଡ଼େମୀ ଭାଷା ସମ୍ମାନ’ ଗ୍ରହଣ କରିଛନ୍ତି ।

ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ୩ ଜଣ ପ୍ରସିଦ୍ଧ ଲେଖକ, ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ, କବି ହଳଧର ନାଗ ଏବଂ ଡ଼ଃ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ ୨୦୧୮ ମସିହାର ଓଡ଼ିଆ ଭାଷା ଲାଗି ଏହି ପୁରସ୍କାର ହାସଲ କରିଛନ୍ତି । ସେହିପରି କବି ହଳଧର ନାଗ ଏବଂ ଡ଼ଃ ପ୍ରଫୁଲ୍ଲ କୁମାର ତ୍ରିପାଠୀ ୨୦୧୭ ମସିହାର କୋଶଳୀ-ସମ୍ବଲପୁରୀ ଭାଷା ଲାଗି ‘ସାହିତ୍ୟ ଏକାଡ଼େମୀ ଭାଷା ସମ୍ମାନ’ ଗ୍ରହଣ କରିଛନ୍ତି । ଶାରୀରିକ ଅସୁସ୍ଥତା ଲାଗି ପ୍ରଫେସର ଦାଶ ଏହି ପୁରସ୍କାର ଗ୍ରହଣ କରିବାକୁ ଆସିନଥିବା ବେଳେ ତାଙ୍କ ସୁପୁତ୍ର ତପନ କୁମାର ଦାଶ ଉତ୍ସବରେ ଉପସ୍ଥିତ ରହି ପ୍ରଫେସର ଦାଶଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଏହି ଭାଷା ସମ୍ମାନ ଲାଗି ନଗଦ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ସମେତ ମାନପତ୍ର ଏବଂ ଏକ ତାମ୍ରଫଳକ ପ୍ରଦାନ କରାଯାଇଛି ।

ସାହିତ୍ୟ ସମାଲୋଚକ ପ୍ରଫେସର ଦାଶରଥୀ ଦାସ ୨୦୧୮ ମସିହାର କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସମ୍ମାନ ମଙ୍ଗଳବାର ଦିନ ଗ୍ରହଣ କରିବେ ।

Leave A Reply

Your email address will not be published.