Latest Odisha News

BREAKING NEWS

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜଙ୍କ ୮୮ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ରାଜନେତା ତଥା ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଅନେକ ବର୍ଷ ଧରି ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ରହିଥିଲେ ।

ସ୍ୱଗତଃ ଫର୍ଣ୍ଣାଣ୍ଡେଜ ୭୦ ଦଶକରୁ ସାମାଜିକ ଆନ୍ଦୋଳନ ସହିତ ଜଡ଼ିତ ରହି ଭାରତୀୟ ରାଜନୀତିରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିପାରିଥିଲେ । ସେ ସମତା ପାର୍ଟି ପ୍ରତିଷ୍ଠା କରିବା ପୂର୍ବରୁ ଜନତା ଦଳର ଜଣେ ଆଗଧାଡ଼ିର ନେତା ଭାବେ ଭାରତରେ ପ୍ରସିଦ୍ଧି ଲାଭ କରିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଜର୍ଜ ଫର୍ଣ୍ଣାଣ୍ଡେଜ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ସହିତ ଯୋଗାଯୋଗ, ଶିଳ୍ପ ତଥା ରେଳବାଇ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ବହନ କରିଛନ୍ତି ।

ଗତବର୍ଷ ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମ ଦିବସରେ ତାଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ, ଜର୍ଜ ସାହେବ ଗଣତନ୍ତ୍ର ପ୍ରତି ଆପଣଙ୍କର ଉତ୍ସର୍ଗୀକୃତ ମନୋଭାବ ତଥା ଗଣତାନ୍ତ୍ରୀକ ପଦ୍ଧିତି ଲାଗି ଆପଣଙ୍କର କାର୍ଯ୍ୟଧାରା ଯୋଗୁଁ ଇତିହାସ ଆପଣଙ୍କୁ ସବୁଦିନ ମନେ ରଖିବ ।

ଭାରତରେ ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ପରିଚାଳିତ ସରକାର ଦ୍ୱାରା ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ଜେଲ ବରଣ କରିଥିଲେ ।

ତାଙ୍କର ମୃତ୍ୟୁରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ଟ୍ ମାଧ୍ୟମରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.