କ୍ରିକେଟ ଦୁନିଆରେ କରୋନାର କାୟା । ପାକିସ୍ତାନ ଟିମର ତିନି ଜଣ କ୍ରିକେଟରଙ୍କ କୋଭିଟ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେମାନେ ହେଲେ ସାଦାବ ଖାନ୍, ହରିସ ରଉଫ ହାଇଦର ଅଲ୍ଲୀ । ଏହି ତିନି କ୍ରିକେଟର ଇଂଲଣ୍ଡ ସିରିଜ ପାଇଁ ଯିବାର ଥିଲା ।
ପାକିସ୍ତାନ କ୍ରିକେଟ ବୋର୍ଡ କହିଛି, କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନେ ଏବେ ହୋମ୍ ଆଇସୋଲେସନରେ ରହିବେ। କିନ୍ତୁ ସେମାନଙ୍କ ପାଖରେ କରୋନା ଲକ୍ଷଣ ଦେଖା ଯାଇ ନଥିଲା । ଏମାନଙ୍କ ସଂସ୍ପର୍ଶରେ ଆସିଥିଲା ପିସିବି ମେଡିକାଲ ପ୍ୟାନେଲଙ୍କୁ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଚଳିତ ମାସରେ ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି କରୋନାରେ ସଂକ୍ରମିତ ହୋଇଥିଲେ ।
Pakistan Cricket Board (PCB) has confirmed 3 players – Haider Ali, Haris Rauf & Shadab Khan – have tested positive for #COVID19. The players had shown no symptoms until they were tested in Rawalpindi on Sunday ahead of Pakistan men’s national cricket team’s tour to England: PCB pic.twitter.com/DeWG0uL5la
— ANI (@ANI) June 22, 2020