Latest Odisha News

BREAKING NEWS

ଡେକ୍ସାମେଥାସୋନ ଉତ୍ପାଦନ ବଢ଼ାଇବାକୁ କହିଲା WHO

କରୋନା ଭାଇରସ ପାଇଁ ଏଯାଏ କୌଣସି ଟିକା ବାହାରିନି । କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ । ଏଭଳି ସ୍ଥିତିରେ ଫଳପ୍ରଦ ସାବ୍ୟସ୍ତ ହେଉଛି ଡେକ୍ସାମେଥାସୋନ (Dexamethasone) । ଏହାର ଉତ୍ପାଦନ ବଢ଼ାଇବା ପାଇଁ କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ବ୍ରିଟେନରେ ଏହାର କ୍ଲିନିକାଲ ଟ୍ରାଏଲ ପରେ ଅଧିକ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସାରେ ବେଶ ସଫଳତା ମିଳିଛି ।

WHO କହିଛି, ଅଧିକ ଗୁରୁତର କରୋନା ରୋଗୀ ଯେଉଁମାନେ ଭେଣ୍ଟିଲେଟରରେ ଅଛନ୍ତି ସେମାନଙ୍କୁ ଡେକ୍ସାମେଥାସୋନ (Dexamethasone) ଦିଆଯାଇ ପାରିବ । କିନ୍ତୁ ଯେଉଁମାନଙ୍କ ପାଖରେ ସ୍ବଳ୍ପ ସଂକ୍ରମିତ କିମ୍ବା ପ୍ରତିଷେଧକମୂଳକ ବ୍ୟବସ୍ଥା ଭାବରେ ଏହାର ବ୍ୟବହାର କରାଯାଇ ପାରିବ ନାହିଁ । ନହେଲେ ଏହାର ପରିଣାମ ଓଲଟା ହୋଇପାରେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଏକଥା କହିଛନ୍ତି । କରୋନାରେ ସଂକ୍ରମିତ ଗୁରୁତରଙ୍କ ଚିକିତ୍ସା ପାଇଁ ଏହା ଖୁସି ଖବର ନିହାତି ।

Leave A Reply

Your email address will not be published.