Latest Odisha News

ପଦ୍ମପୁର ପାଇକମାଳରେ ତିନି ଜଣଙ୍କୁ ଟାଙ୍ଗିଆରେ ଆକ୍ରମଣ

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ପାଇକମାଳରେ ହିଂସା। ଟାଙ୍ଗିଆ ଚୋଟରେ ଆହତ ହୋଇଛନ୍ତି ତିନି ଜଣ। ଆକ୍ରମଣର ଶିକାର ହେବା ପରେ ତିନି ଜଣ ଲହୁ ଲୁହାଣ ହୋଇ ସ୍ଥାନୀୟ ପାଇକମାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ତିନି ଜଣ ହେଲେ ପାଇକମାଲ୍ ଢେଙ୍କିମୁଣ୍ଡା ଗ୍ରାମ ଚୁହୁରୀପଡାର ଅନିରୁଦ୍ଧ ବାଗ୍, ବିନୋଦ ବାଗ୍, ଶୁନୀଲ ବାଗ୍। ଜଣଙ୍କର ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣଙ୍କର ହାତ ଓ ଗୋଡରେ ଗଭୀର ଆଘାତ ଲାଗିଥିବା ସୂଚନା ରହିଛି।  ଏବେ ତିନି ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ କିଛି ଲୋକ ଭୋଜି ଖାଇବାକୁ ଏହି ତିନି ଜଣଙ୍କୁ ଡାକିଥିଲେ। ହେଲେ ଏହି ସମୟରେ ଜାତିଆଣ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଟାଙ୍ଗିଆରେ ଆକ୍ରମଣ କରିଥିବା ଲୋକ ବିଜେଡି ସମର୍ଥକ ବୋଲି ସୂଚନା ରହିଛି।

Comments are closed.