Latest Odisha News

BREAKING NEWS

ଘୁଲିପାଲି ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣା, ତିନି ଗୁରୁତର

ବରଗଡ଼: ଘୁଲିପାଲି ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ମାନେ ହେଲେ ବାଲେଶ୍ୱର ବାହାନଗା ବ୍ଲକ ଦୀପକ ମଲ୍ଲିକ, ଗଞ୍ଜାମ ବେଳଗୁଣ୍ଠା ବ୍ଲକର ସୁଭମ ପ୍ରଧାନ, ଆଉ ଜଣେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ମାନସ କୁମାର। ତିନିଜଣ ଯାକ ଯୁବକ କଳାହାଣ୍ଡି ସରକାରୀ ଇଂଜିନିୟରିଂ କଲେଜର ଛାତ୍ର ହୋଇଥିବା ବେଳେ ଗତ ଗୁରୁବାର ଦିନରୁ ସେମାନେ ସମ୍ବଲପୁର ସମଳେଇ ମନ୍ଦିର ଦର୍ଶନ ତଥା ପାଇକମାଲ ସ୍ଥିତ ନୃସିଂହନଥ ମନ୍ଦିର ଦର୍ଶନ କରିବା ପାଇଁ ବାହାରିଥିଲେ।

ଆଜି ବରଗଡ଼ ଘୁଲିପାଲି ଛକରେ ଏକ ଟ୍ରକ ସହିତ ବାଡେଇ ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଠିକ ସେହି ସମୟରେ ସଂକଲ୍ପ ପରିବାରର ସଦସ୍ୟ ବିକାଶ ଅଗ୍ରୱାଲ, ବରଗଡ଼ ବିକାଶ ହସ୍ପିଟାଲକୁ ଜଣେ ବନ୍ଧୁଙ୍କୁ ଦେଖିବାକୁ ଯାଉଥିବା ସମୟରେ ଦୁର୍ଘଟଣା ହୋଇଥିବା ଯୁବକ ମାନଙ୍କୁ ଦେଖି ସଙ୍ଗେ ସଙ୍ଗେ ୧୦୮ ଏମ୍ବୁଲାନ୍ସ ଓ ଅଶୋକା ବିଲଡକନର ଏକ ଆମ୍ବୁଲାନ୍ସ ସାହାଯ୍ୟରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆହତ ଯୁବକ ମାନଙ୍କୁ ଆଣାଯାଇଥିଲା ।

ଏଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଜଣଙ୍କର ଗୋଡ଼ ଓ ଅନ୍ୟ ଦୁଇଜଣ ଯୁବକଙ୍କର ହାତ ଭାଙ୍ଗିବା ସହିତ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ କ୍ଷତ ହୋଇଥିବାରୁ ତାଙ୍କୁ ବିଭାଗୀୟ ଡାକ୍ତର ଭୀମସାର ବୁର୍ଲାକୁ ସ୍ଥାନାନ୍ତରଣ କରାଯାଇଛି। ବର୍ତ୍ତମାନ ବିକାଶ ଦାଦାଙ୍କ ସହିତ ଆମ ସଂକଲ୍ପ ପରିବାରର ସଦସ୍ୟ ଶେଷଦେବ ପଧାନ, ବନ୍ତ ,ସୁମନ୍ତ ଭାଇ ଓ ନିଲେସ ଭାଇ ଓ ଅକ୍ଷୟ ମିଶ୍ର ମିଶି ଭୀମସାର ବୁର୍ଲାକୁ ତିନି ଯୁବକଙ୍କୁ ଭୀମସାର ଆଶୁ ଚିକିତ୍ସାଲୟ ବିଭାଗରେ ନିଆଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

Leave A Reply

Your email address will not be published.