Latest Odisha News

ପିକନିକ ସାରି ଫେରିବା ରାସ୍ତାରେ ଦୁର୍ଘଟଣା: ୩ ସାଙ୍ଗ ମୃତ, ୫ ଗୁରୁତର

ବଲାଙ୍ଗିର: ପିକନିକ୍ ସାରି ଫେରବା ବେଳେ ରାସ୍ତାରେ ଛକିଥିଲା ମୃତ୍ୟୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ୫ ଜଣ । ବଲାଙ୍ଗିର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ରଣ୍ଡା ଛକଠାରେ ଏହି ଦୁର୍ଘଟଣା ଘଟିଛି । ସୁନ୍ଦରଗଡ଼ର ଖଣ୍ଡାଧାରରେ ପିକନିକ୍ ସାରି ବଲାଙ୍ଗିର ଫେରିବା ବାଟରେ ଆଜି ଭୋରର ଦୁର୍ଘଟଣା ନେଇଛି ଜୀବନ ।

ପିକନିକ୍ ସାରି ଗୋଟିଏ ବୋଲେରୋରେ ଫେରୁଥିଲେ ୮ ଜଣ । ଏତିକିବେଳେ ବଲାଙ୍ଗିର-ସୋନପୁର ରାଜରାସ୍ତାର ରଣ୍ଡା ଛକଠାରେ ଅଜଣା ଗାଡ଼ି ବୋଲେରୋକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କର ପ୍ରାଣବାୟୁ ଉଡ଼ି ଯାଇଥିବା ବେଳେ ଆହତ ହୋଇଛନ୍ତି ୫ ଜଣ ।

ଆହତଙ୍କ ଭିତରୁ ୪ ଜଣଙ୍କୁ ବଲାଙ୍ଗିର ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.