Latest Odisha News

BREAKING NEWS

ମହାମାରୀ ଏଯାଏ ଶେଷ ହୋଇନାହିଁ; ସତର୍କ ରହିବାକୁ ଏମ୍‌ସ ନିର୍ଦ୍ଦେଶକଙ୍କ ଚେତାବନୀ

ନୂଆଦିଲ୍ଲୀ: ଦିଲ୍ଲୀ (AIIMS),ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ ପ୍ରଥମ ଦୁଇଟି ତୁଳନାରେ ତୃତୀୟ ତରଙ୍ଗ ଏତେଟା ପ୍ରଭାବ ନପକାଇପାରେ। କିନ୍ତୁ ସେ କିନ୍ତୁ ଚେତାବନୀ ଦେଇ କହିଛନ୍ତି ଯେ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ସମସ୍ତଙ୍କୁ କୋଭିଡ୍‌ ଉପଯୁକ୍ତ ଆଚରଣକୁ କଠୋର ଭାବେ ଅନୁସରଣ କରିବା ଉଚିତ।

“ପ୍ରଥମ ଏବଂ ଦ୍ବିତୀୟ ତୁଳନାରେ କୋଭିଡ-୧୯ର ତୃତୀୟ ତରଙ୍ଗ ଭାରତକୁ ପ୍ରଭାବିତ ସମ୍ଭବ ନୁହେଁ। ସମୟ ସହିତ ମହାମାରୀ ଏକ ଏଣ୍ଡେମିକ୍ ରୂପ ନେବ।

ଏହି ଅବସରରେ ଡା. ଗୁଲେରିଆ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମୟରେ ଭାରତର ବୁଷ୍ଟର ଡୋଜର ଆବଶ୍ୟକତା ନାହିଁ। ଗୁଲେରିଆ କହିଛନ୍ତି ଯେ ଏହି ପରିପରିସ୍ଥିତିରେ କରୋନା ମାମଲାରେ ସେମିତି କୌଣସି ବୃଦ୍ଧି ଘଟିନାହିଁ। କରୋନା ଟିକା ଦ୍ବାରା ଏଥିରୁ ସୁରକ୍ଷା ମିଳୁଥିବା ଜଣାପଡ଼ୁଛି।

କୋଭିଡ ବୁଷ୍ଟର ଡୋଜର ଆବଶ୍ୟକତା ଉପରେ ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି.କେ ପଲ କହିଛନ୍ତି ଯେ ତୃତୀୟ ଡୋଜ ଉପରେ ନିଷ୍ପତ୍ତି ବିଜ୍ଞାନ ଉପରେ ଆଧାରିତ ହେବା ଉଚିତ।

Leave A Reply

Your email address will not be published.