ଯାଜପୁର: ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଘଟଣା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୩ ଜଣ ପୋଲିସ ବାବୁଙ୍କୁ ସସ୍ପେଣ୍ଡ କଲେ ଯାଜପୁର ଏସ୍ପି । ଥାନାର ଜଣେ ଏସ ଆଇ, ଏଏସଆଇ ଓ କନେଷ୍ଟବଳଙ୍କୁ ନିଲମ୍ବିନ କରାଯାଇଥିବା ସୂଚନା ରହିଛି ।
ସୂଚନାଥାଉକି, ଏହି ଘଟଣାରେ ବାଲିଚନ୍ଦ୍ରପୁର ଥାନାର ଏସ ଆଇ ଚିନ୍ମୟ ପୃଷ୍ଟି, ଏ ଏସ ଆଇ ଦୁର୍ଗେଶ ନନ୍ଦିନୀ ଦେ ଓ କନେଷ୍ଟେବଳ ଦେବେନ୍ଦ୍ର ବାନରାଙ୍କୁ ନିଲମ୍ବିତ କରାଯାଇଛି।
ଅନ୍ୟପକ୍ଷରେ ବିଷପିଇ ଗୁରୁତର ଅବସ୍ଥାରେ ଏସ୍ସିବିରେ ଚିକିତ୍ସାଧୀନ ଅଭିଯୁକ୍ତଙ୍କୁ ଗତକାଲି ଡିସଚାର୍ଜ କରାଯାଇଛି । ଡିସଚାର୍ଜ ହେବା ପରେ ତାଙ୍କୁ ଜାମିନରେ ପୋଲିସ ଘରକୁ ଛାଡ଼ିଛି ।
ଏପଟେ ଅଭିଯୁକ୍ତ ବିଷ ପିଇନଥିବା କଥାକୁ ପୋଲିସ ବାରମ୍ବାର କହିଥିବା ବେଳେ ଡାକ୍ତରଖାନା ସୂତ୍ରରୁ କିନ୍ତୁ ସୂଚନା ମିଳିଛି ଯେ, ଅଭିଯୁକ୍ତ ଏକ ରାସାୟନିକ ଔଷଧ(ଚାରା ବଢ଼ାଇବା ପାଇଁ ବ୍ୟବହୃତ ଏକ ହରମୋନ) ପିଇଦେଇଥିବା ଜଣାପଡ଼ିଛି। ଜଣେ ଡାକ୍ତର ଏହି ସୂଚନା ଦେଇଛନ୍ତି। ଏହା ଅଧିକ ପିଇଥିଲେ ଜୀବନ ପ୍ରତି ବିପଦ ହୋଇଥାନ୍ତା। ତେବେ ମାତ୍ରା କମ୍ ଯୋଗୁଁ ରୋଗୀ ବଞ୍ଚିଗଲେ ବୋଲି ସେ କହିଛନ୍ତି।
ଥାନା ଭିତରେ ଅମାନୁଷିକ ମାଡ଼ ଯୋଗୁଁ ଗୁରୁତର ହୋଇ ଚିକିତ୍ସିତ ହେବାପରେ ଗତ ୩ ତାରିଖ ଦିନ ଜଗତସିଂହପୁର ଏସପି ଏବଂ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିଛନ୍ତି ଯୁବକ।
Comments are closed.