Latest Odisha News

କ୍ୟାବିନେଟ ବୈଠକ: ତିନି ସରକାରୀ ବୀମା କମ୍ପାନୀ ହୋଇପାରେ ବିଲୟ !

ଭୁବନେଶ୍ୱର: ଦେଶର ତିନି ପ୍ରମୁଖ ସରକାରୀ ବୀମା କମ୍ପାନୀ ଯଥା- ଓରିଏଣ୍ଟାଲ ଇଂନସୁରାନ୍ସ, ନେସନାଲ ଇଂନସୁରାନ୍ସ ଓ ୟୁନାଇଟେଡ଼ ଇଂନସୁରାନ୍ସ କୁ କେନ୍ଦ୍ର ସରକାର ବିଲୟ କରିପାରନ୍ତି | ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ସପ୍ତାହରେ ଆୟୋଜିତ ବୈଠକରେ ତିନୋଟି ସରକାରୀ ବୀମା କମ୍ପାନୀଙ୍କୁ ବିଲୟ କରିବାପାଇଁ ମଞ୍ଜୁରୀ ମିଳିପାରେ | ଥରେ ସବୁଜ ସଙ୍କେତ ମିଳିବା ପରେ ଆଗାମୀ ବିତ୍ତ ବର୍ଷ ଅପ୍ରେଲ ଏକ ତାରିଖ ଠାରୁ ନୂଆ କମ୍ପାନୀ ଅପରେସନାଲ ହୋଇଯିବ |

ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ, କେନ୍ଦ୍ରୀୟ ବିତ୍ତ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ୨୦୧୮-୨୦୧୯ ବଜେଟ ରେ ସରକାର ଏହି ତିନି ବଡ଼ ସରକାରୀ ବୀମା କମ୍ପାନୀ ବିଲୟ ପ୍ରସ୍ତାବ ରଖିଥିଲେ | ସରକାରୀ ଏହି କମ୍ପାନୀ କୁ ବିଲୟ କରିବା ପରେ, ଏହାକୁ ଷ୍ଟକ ଏକ୍ସଚେଞ୍ଜ ରେ ଲିଷ୍ଟ କରିବା ପାଇଁ ବିଚାର କରୁଛନ୍ତି | ଏହି ବିଲୟ ପାଇଁ ସରକାର ପାଖା ପାଖି ୧୨,୦୦୦ କୋଟି ଟଙ୍କା ଲାଗିବ | ସେହିପରି ଏହି ତିନି କମ୍ପାନୀ ବିଲୟରେ ସରକାରଙ୍କୁ ବହୁତ ଟଙ୍କା ଦାମ ଲାଗିବ |

ଅରମ୍ଭ ରୁ ସରକାର ଚାହୁଁଥିଲେ ଯେ ଏହି ତିନି ବୀମା କମ୍ପାନୀ ମଧ୍ୟରୁ ଗୋଟିଏ ଅନ୍ୟ ଦୁଇ କମ୍ପାନୀ ରେ ବିଲୟ କରିବାକୁ ଚାହୁଁଥିଲେ କିନ୍ତୁ ଏହି ତିନି କମ୍ପାନୀ ର ଆର୍ଥିକସ୍ଥିତି ଠିକ ନଥିବା କାରଣ ରୁ ଏହି ପ୍ରସ୍ତାବ ଉପରେ ବିରାମ ଲଗାଇବାକୁ ପଡିଲା | ସୂଚନାଯୋଗ୍ୟ ଯେ ଦେଶର ଦୁଇ ବଡ଼ ବୀମା କମ୍ପାନୀ ନ୍ୟୁ ଇଣ୍ଡିଆ ଇଂସୁରାନ୍ସ କମ୍ପାନୀ ଓ ଜେନେରାଲ ଇଂସୁରାନ୍ସ କମ୍ପାନୀ ଷ୍ଟକ ଏକ୍ସଚେଞ୍ଜ ରେ ଲିଷ୍ଟେଡ଼ ଅଛନ୍ତି | ଏହି ଦୁଇ କମ୍ପାନୀର ଆଇପିଓ ରୁ ସରକାର ୧୭୫ ବିଲିଅନ ଟଙ୍କା ବଜାରରୁ ନେବାପାଇଁ ସାହାଯ୍ୟ କରିବ |

Leave A Reply

Your email address will not be published.