Latest Odisha News

BREAKING NEWS

ପୁରୀର ଐଶାନେଶ୍ୱର ମହାଦେବ: ଯିଏକି ଶ୍ରୀଜଗନ୍ନାଥଙ୍କ ଗୁରୁ ରୂପେ ପାଆନ୍ତି ପୂଜା !

ପୁରୀ: ସାରା ବିଶ୍ୱକୁ ଚଳାଉଥିବା ଶ୍ରୀଜଗନ୍ନାଥଙ୍କର ମଧ୍ୟ ଗୁରୁ ଅଛନ୍ତି । ପୁରୀ ଶ୍ରୀମନ୍ଦିରରେ ସାଧାରଣ ମଣିଷ ପରି ଜଗନ୍ନାଥଙ୍କର ମଧ୍ୟ ସମସ୍ତ କାର୍ଯ୍ୟ କରା ଯାଇଥାଏ । ସେ ଶୁଅନ୍ତି, ଉଠନ୍ତି, ଦାନ ଘଷନ୍ତି, ବେଶ ଭୂଷା ହୁଅନ୍ତି, ଭୋଗ ଖାଆନ୍ତି, ଜ୍ୱରରେ ପଡନ୍ତି, ଶ୍ରାଦ୍ଧ କରନ୍ତି ଓ ମନୋରଞ୍ଜନ ମଧ୍ୟ କରିଥାନ୍ତି । ଏହା ବ୍ୟତୀତ ସେ ପାଠ ମଧ୍ୟ ପଢ଼ନ୍ତି ।

ଅବଶ୍ୟ ସେ ୩ଟି ଶୂନରୁ ଆଗକୁ ପଢ଼ି ନାହାନ୍ତି । କାରଣ ସେତିକିରେ ସେ ସବୁ କିଛି କରି ପକାନ୍ତି । ଜଗନ୍ନାଥ ଭାରି ଭକ୍ତି କରନ୍ତି ଐଶାନେଶ୍ୱର ମହାଦେବଙ୍କୁ । ଏହାର କାରଣ ହେଲା ପ୍ରଭୁଙ୍କ ଗୁରୁ ଭାବେ ଐଶାନେଶ୍ୱରଙ୍କୁ ପୂଜା କରାଯାଏ । ସାଧାରଣ ଭକ୍ତ ଏଥିରୁ ବାଦ୍ କିପରି ପଡିବ ।

ଶ୍ରୀମନ୍ଦିର ଐଶାନ୍ୟ କୋଣରେ ବେଢ଼ାର ପତନଠାରୁ ୨୫ ଫୁଟ ତଳେ ଈଶାନେଶ୍ୱର ମନ୍ଦିର ରହିଛି । ଭିତର ବେଢ଼ାରୁ ଉତର ଦ୍ୱାରକୁ ଯିବା ବେଳେ ପୂର୍ବ ପଟ ସଂଲଗ୍ନ ହୋଇ ଈଶାନେଶ୍ୱର ମହାଦେବ ବିଦ୍ୟମାନ ଏହାକୁ ଧୃବ କେଶରୀ ନିର୍ମାଣ କରିଥିଲେ ।

ଜଗନ୍ନାଥ ମନ୍ଦିର ବହୁ ପୂର୍ବରୁ ଈଶାନେଶ୍ୱର ଏହି ସ୍ଥାନରେ ରହି ଆସିଛନ୍ତି । ଗର୍ଭଗୃହରେ ୨ ଫୁଟରେ ୨ ଫୁଟ ଆୟତନରେ ଶକ୍ତି ପୂଜା ପାଉଛନ୍ତି । ଏକ ଫୁଟ ଉଚ୍ଚର ଲିଙ୍ଗ । ଶକ୍ତି ଉଚ୍ଛରାଭିମୁଖୀ । ପୁରୀକୁ ଆସିଥିବା ଭକ୍ତ ଏହି ଠାକୁରଙ୍କୁ ମୁଣ୍ଡିଆ ମାରିବାକୁ ଭୁଲି ନ ଥାନ୍ତି । ଏହାଙ୍କୁ ଭକ୍ତି କଲେ ଜଗନ୍ନାଥ ମନୋସ୍ମାମନା ପୂରଣ କରିଥାନ୍ତି ।

Leave A Reply

Your email address will not be published.