Latest Odisha News

BREAKING NEWS

ତୁର୍କୀ-ସିରିଆ ଭୂମିକମ୍ପର ୧୧ ଦିନ ପରେ ୩ ଜୀବନ୍ତ ଉଦ୍ଧାର; ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲା

ଇସ୍ତାନବୁଲ: ତୁର୍କୀ-ସିରିଆ ଭୂମିକମ୍ପର ୧୧ ଦନ ବିତିଯାଇଥିଲେ ବି ଏବେ ଧ୍ୱସଂସ୍ତୁପ ଭିତରେ ଜୀବନ ଚାପି ହୋଇ ରହିଥିବା ଆଶାରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଶୁକ୍ରବାର ଉଦ୍ଧାରକାରୀ ଟିମ୍ ୩ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି।  ଭୂମିକମ୍ପରେ ମୋଟ ମୃତ୍ୟୁ ସଂଖ୍ୟା ୪୫  ହଜାର ଟପିଛି।  ହଜାର ହଜାର ଲୋକ ବାସହୀନ ହୋଇଛନ୍ତି। ତୁର୍କୀ ଓ ସିରିଆ ଏଭଳି ଅବସ୍ଥା ଦେଖି ବିଭିନ୍ନ ଦେଶରୁ ସହାୟତା ପଠାଯାଛି। ଭାରତ ପ୍ରଥମେ ସେଠାରେ ଉଦ୍ଧାର କାର୍ଯ୍ୟା ଜାରି ରଖିବା ସହ ରିଲିଫ୍ ସାମଗ୍ରୀ ବି ପଠାଇଥିଲା।

ମିଳିଥିବା ସୂଚନା ଅନୁସାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳକୁ ଉଦ୍ଧାରକାରୀ ଦଳଗୁଡ଼ିକ ଯାଇଛନ୍ତି। ବଡ଼ ବଡ଼ ବିଲ୍ଡିଂ ଗୁଡିକରେ ଲୋକ ବଞ୍ଚିଥାଇ ପାରନ୍ତି ଆଶା କରାଯାଉଛି। ଅନ୍ୟପଟେ ତୁର୍କୀ ଓ ସିରିଆକୁ ସହଯୋଗ ପାଇଁ ସହଯୋଗ ରାଶି ଲୋଡ଼ିଛି ଜାତିସଂଘ। ତୁର୍କୀ ପାଇଁ ୧ ବିଲିୟନ ଆମେରିକୀୟ ଡଲାର ସହଯୋଗ ପାଇଁ କୁହାଯାଇଥିବା ବେଳେ ସିରିଆ ପାଇଁ ୪୦୦ ମିଲିୟନ ଆମେରିକୀୟ ଡଲାର ପାଇଁ ବିଭିନ୍ନ ଦେଶକୁ ଅନୁରୋଧ କରାଯାଇଛି।

Comments are closed.